STORYMIRROR

Dipti lekha Mishra

Tragedy

3  

Dipti lekha Mishra

Tragedy

ତୋ ଆଖିରେ

ତୋ ଆଖିରେ

1 min
359

ମୁଁ ତୋତେ ଏତେ ଭଲ ପାଏ

ସେ କଥା ତୁ ଏ ଯାବତ ବୁଝିଲୁନି

ତୁ ମୋତେ କେତେ ଘୃଣା କରୁ

ଏ କଥା କାହାକୁ କହିପାରୁନି ।


ନାମକୁ ମାତ୍ର ତୁ ମୋ ପ୍ରେମିକା

ହେଲେ ତାହା ସତ ନୁହଁ

ପ୍ରେମିକ ପ୍ରେମିକାର ହୃଦୟ ଏକ

ହେବା ଏତେ ସହଜ ବି ନୁହଁ ॥


ତୁମେ କୁହ ମୁଁ କଣ ତମ ଘରର

ଏକ ଅଦରକାରୀ ବସ୍ତୁ

ନା ପ୍ରତ୍ୟେକ ସଦସ୍ଯ ମୋତେ

ଦୁଃଖ ଦେବାକୁ କରିଛନ୍ତି ଅସ୍ତୁ ॥


କଥା ଦେଇଥିଲ ଦେବନାହିଁ କେବେ

ମୋ ଆଖିରେ ଅଶ୍ରୁ ଧାର

ତୋ ଆଖିରେ ମୋ ସୁଖ ସହିପାରଲୁନୁ

ପ୍ରତିକ୍ଷଣ ବୁହାଉ ଦୁଇବୁନ୍ଦା ଅଶ୍ରୁଧାର॥


ହେଲେ ମୁଁ ବିଲକୁଲ ତୁମଭଳି ନୁହଁ

ତୁମ ଆଖିରେ ଦେବିନି ଲୁହ

କଥା ଦେଇଥିଲି ଆଉ ଆଜି ବି ଦେଉଛି

ତୁମେ ସଦା ସୁଖୀ ରୁହ ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy