Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudeshna Pradhan

Fantasy Inspirational Children

4  

Sudeshna Pradhan

Fantasy Inspirational Children

ତମ୍ପରା ହ୍ରଦ

ତମ୍ପରା ହ୍ରଦ

1 min
356


ଗଞ୍ଜାମ ଜିଲ୍ଲାର ପ୍ରାଚୁର୍ଯ୍ୟ ଆସରା,            

ଗୋପାଳପୁର ଓ ନୀଳାମ୍ବୁ ତମ୍ପରା |      

    

ପରିପାର୍ଶ୍ଵ ତାର ପ୍ରକୃତି ପସରା,             

ସବୁଜ ବନାନୀ ବୃକ୍ଷ ହରା ଭରା |     

      

ଛତରପୁରରୁ ଅନତି ଦୂରରେ,             

ଅଛି ରମ୍ୟ ପାର୍କ ଉଦ୍ୟାନ କୂଳରେ |    

       

ଜଳେ ବିଚରଣ କରିବା ପାଇଁକି,             

ରହିଛି ବିଭିନ୍ନ ନଉକା ନଉକି |       

       

ଶୁଭୁନାହିଁ ଜମା ଜଳର ହୁଁ ନାଦ,            

ଶିଶୁଠାରୁ ବୃଦ୍ଧ ସଭିଏଁ ଆନନ୍ଦ |     

         

ନୀଳାଭ ଜଳରେ ନାଚୁଛି ଲହରୀ,            

ଢେଉ ମଧ୍ୟେ ସୃଷ୍ଟି କାଟୁଛି ଭଉଁରୀ |    

      

ଚିଲିକାର ଅଟେ ସିଏ ସାନ ଭାଇ,            

ତମ୍ପରା ନାମରେ ବିଖ୍ୟାତ ଅଟଇ |     

     

ସାୟଂ କାଳେ ତାର ତଟ ନିରୁପମା,           

ରଙ୍ଗୀନ ଆଲୋକେ ଶୋଭଇ ଉପମା |     

   

ଶୀତଳ ଅନୀଳ ଧିରେ ବହୁଥାଏ,            

ଥକାନ ମନକୁ ଆନନ୍ଦ ଯେ ଦିଏ |       

     

ପାଦପ ପତର ତାଳରେ ନାଚଇ,             

ସତେକି ହ୍ରଦର ଥକାନ ମିଟାଇ |       

    

ଦେଖୁଛି କୂଳରେ ଅତିଥି ଅଭିଗାତ୍ୟ,          

ତା ଦୃଶ୍ୟ ପାଇଁକି ଜନ ଶତ ଶତ |        

   

ଆନଖୁସି ଦେଖି ସେ ଯେ ଖୁସିହୁଏ,          

ପ୍ରକୃତିର ଛୋଟ ଉପହାର ଟିଏ |          

  

ଯେତେ ଦେଖିଲେବି ମନ ବୁଝେନାହିଁ,          

ତମ୍ପରା ସୌନ୍ଦର୍ଯ୍ୟ ଅସରା ଅଟଇ |


Rate this content
Log in

Similar oriya poem from Fantasy