STORYMIRROR

Prafulla Chandra Mishra

Romance

4  

Prafulla Chandra Mishra

Romance

ତମେ

ତମେ

1 min
300

           

ତୁମ ହସରେ ଗୋଲାପ ଫୁଟେ

ତୁମ ମନରେ ମଳୟ ଛୁଟେ

ତୁମେ ଅମାନିଆଁ ଗୋଟେ ନଈ

ଛଳଛଳ ହୋଇ ଯାଅ ବହି  ।।


ସେଇ ଆଖିରେ ଅନେକ ନିଶା

କଥା ବସନ୍ତ ଦୂତର ଭାଷା

ତୁମ କବରୀ କି ସିନ୍ଧୁ ଲହରୀ

ସେଠି ଅଳସ ଭାଙ୍ଗେ ଶର୍ବରୀ  ।।


ତୁମ ଚାଲିରେ ମରାଳ ଛଟକ

ସେ କି ବାଉଳା ମନର ପୁଲକ

ମନେ ଭରିଦିଅ କେତେ ଆନନ୍ଦ

ତୁମେ ମନ ସରସୀର କୁମୁଦ ।।


ତୁମେ ନୀଳ ଆଖି ନୀଳନୟନା

ତୁମେ ତ ନୀଳ କଇଁ ଚନ୍ଦ୍ରାନନା

ଭୁରୁଲତା ସତେ କି ଇନ୍ଦ୍ରଧନୁ 

ଚମ୍ପା ରଙ୍ଗେ ରଙ୍ଗାୟିତ ତୋ ତନୁ ।।


ତୁମେ ପୁଷ୍ପ ବାଟିକାର ଗୋଲାପ

ତୁମେ ମନ ଆକାଶରେ ମୃଗାଙ୍କ

ତୁମେ ପଦ୍ମରାଗ ରଙ୍ଗ ମାନିନୀ

ଅବା ସୁନ୍ଦର ସୁନୀଳ ବନାନୀ ।।


ଶୂନ୍ୟେ ବଳାହକେ ଯେହ୍ନେ ଚପଳା

ମନମୋହିନୀ ଚଞ୍ଚଳା ଛଇଳା

ଅବା ସାଗର ସୈକତ ଶାମୁକା

ତୁମେ ପୁନିଅଁ ଚାନ୍ଦର ଚନ୍ଦ୍ରିକା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance