STORYMIRROR

Durjyodhan Barik

Tragedy

3  

Durjyodhan Barik

Tragedy

ତମେ

ତମେ

1 min
231


ମୃଗନୟନୀ ମୋ ନିଦ ଚୋରଣୀ,

ତମେ ଚୋରି କଲ ମୋ ମନ ପୁଣି ।

କହିଲ କହିବ ପ୍ରେମ କାହାଣୀ ,

କାହିଁ ଏଯାଏଁ ମୁଁ ପାଉନି ଶୁଣି ।


କହୁଥିଲ ତମେ କରୁଛ ପ୍ରେମ,

ସୃଷ୍ଟି କରୁଥିଲ ମନରେ ଭ୍ରମ ।

ଭ୍ରମର ସଜାଇ ପାଗଳ କଲ ,

ତୁମ ଚାରି ପାଶେ ବୁଲଉ ଥିଲ ।


ଆମ୍ରପାଲୀ ତମେ ଅନାରକଲି

ଗଭାରେ ଲଗାଅ ଗଜରା ମଲ୍ଲୀ ।

ଚାଲିଟା ତମର ଗଜଗମନୀ

ତମେ ଚାଲିଗଲ କାହିଁକି ପୁଣି ।


 କହିଥିଲ ମୋର ହେବ ଘରଣୀ,

ହୋଇ ଗଲ ତମେ ଅନ୍ୟର ରାଣୀ ।

ଯେଉଁଠି ରହୁଛ ସୁଖରେ ରୁହ,

ମୋ କଥା ମନରୁ ପାଶୋରି ଦିଅ ।


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy