ତମେ
ତମେ
ମୃଗନୟନୀ ମୋ ନିଦ ଚୋରଣୀ,
ତମେ ଚୋରି କଲ ମୋ ମନ ପୁଣି ।
କହିଲ କହିବ ପ୍ରେମ କାହାଣୀ ,
କାହିଁ ଏଯାଏଁ ମୁଁ ପାଉନି ଶୁଣି ।
କହୁଥିଲ ତମେ କରୁଛ ପ୍ରେମ,
ସୃଷ୍ଟି କରୁଥିଲ ମନରେ ଭ୍ରମ ।
ଭ୍ରମର ସଜାଇ ପାଗଳ କଲ ,
ତୁମ ଚାରି ପାଶେ ବୁଲଉ ଥିଲ ।
ଆମ୍ରପାଲୀ ତମେ ଅନାରକଲି
ଗଭାରେ ଲଗାଅ ଗଜରା ମଲ୍ଲୀ ।
ଚାଲିଟା ତମର ଗଜଗମନୀ
ତମେ ଚାଲିଗଲ କାହିଁକି ପୁଣି ।
କହିଥିଲ ମୋର ହେବ ଘରଣୀ,
ହୋଇ ଗଲ ତମେ ଅନ୍ୟର ରାଣୀ ।
ଯେଉଁଠି ରହୁଛ ସୁଖରେ ରୁହ,
ମୋ କଥା ମନରୁ ପାଶୋରି ଦିଅ ।
