STORYMIRROR

Nihar Ranjan Acharya

Tragedy

3  

Nihar Ranjan Acharya

Tragedy

ତମେ କିଛି ନ କହିଲେ ବି

ତମେ କିଛି ନ କହିଲେ ବି

1 min
216

ତମ ଅଭିମାନର କାରଣକୁ ଜାଣିବା ପାଇଁ 

ମୁଁ ଯେତେବେଳେ ମୋ' ନିଃସଙ୍ଗ ନଈରେ 

ତମ ମନର ଡଙ୍ଗାକୁ ଚାହିଁ ରହେ 

ସେତେବେଳେ ମୋ' ଆଖି ଦୁଇଟି 

ତମ ନିରବତାର ମଜଭୁତ ପ୍ରାଚେରୀ ଭିତରେ 

ଅତି ଯତ୍ନରେ ଗଢିଥିବା -

ଗର୍ବ ସିମେଣ୍ଟରେ ତମ ବଂଶ, ଆଭିଜାତ୍ୟ ଓ

ରାଗ, କ୍ରୋଧର ଚିପ୍ସ ଓ ବାଲିରେ ଗଢା 

ତମ ମିଛ ଅହଂକାର ଭିତରେ 

ଅତି ସୁନ୍ଦର ଭାବରେ ଯୋଡ଼ିହୋଇ ରହିଥିବା 

ମୋ' ସ୍ମୃତିର ଇଟାଖଣ୍ଡକୁ ଆବିଷ୍କାର କଲା ପରେ 

ତମେ କିଛି ନ କହିଲେ ବି,

ମୁଁ ବୁଝି ପାରେ -

ତମେ ଆଜି ବି ମୋତେ କେତେ ଭଲପାଅ ବୋଲି ।

            


Rate this content
Log in

Similar oriya poem from Tragedy