STORYMIRROR

Mr.GAGAN BIHARI NAYAK

Romance

3  

Mr.GAGAN BIHARI NAYAK

Romance

ତମେ କହିଥିଲ

ତମେ କହିଥିଲ

1 min
137

ତମେ କହିଥିଲ 

ସାଗରର କୂଳେ

ଢେଉ ଗଣିବା ପାଇଁ।

ତମକୁ ଦେଖି ସେ 

ଅମାନିଆଁ ଢେଉ ।

ଗଲା ଯେ ଫେରିଲା ନାହିଁ(0)


ତମେ କହିଥିଲ ଆକାଶରୁ ଯେତେ।

ତାରାଫୁଲ ଦେବ ଆଣି ।

ତାରାଫୁଲ ସବୁ ବଉଦ ଉହାଡେ।

ଲୁଚିଗଲେ କଥା ଶୁଣି ।।

ବାଉଳା ପବନ 

ଛୁଇଁ ଯାଉଥିଲା।

ସାକ୍ଷୀ ଥିଲା ବେଳାଭୂଇଁ।୧।


ତମେ କହିଥିଲ ଦୁନିଆଁରେ କିଏ ।

ସୁଖରେ ପାରିଛି ଜୀଇଁ।

ଦୁଃଖ ବିନା କିଏ ସୁଖ ତ ପାଇନି ।

ସୁଖ ଦୁଃଖ ଖରା ଛାଇ।

ସାଗରର ଢେଉ ଆକାଶର ତାରା ।

କିଏ ବା ପାରିଛି କହି ।୨।



Rate this content
Log in

Similar oriya poem from Romance