STORYMIRROR

Sunita Barik

Romance

3  

Sunita Barik

Romance

ତମେ ଆଉ ମୁଁ

ତମେ ଆଉ ମୁଁ

1 min
168

ହୃଦୟର ସଫା କାଗଜରେ

ତୁମେ ଯେବେ

ପ୍ରେମର ସ୍ୟାହିରେ ଦେଇଥିଲ

ତୁମର ପ୍ରଥମ ସ୍ଵାକ୍ଷର

ମୁଁ ଛନ୍ଦି ହୋଇ ରହି ଯାଇଥିଲି

ଏକ ଅନାବିଳ ଆବେଗରେ

ପ୍ରେମର ପ୍ରଥମ ସ୍ପର୍ଶରେ

ମତୁଆଲା ହୋଇ

ଭୁଲି ଯାଇଛି ମୁଁ ମୋ

ନିଜର ଅସ୍ତିତ୍ବ ସବୁକୁ

ଇଛା ଥିଲା ତୁମ ହାତ ଧରି

ଭିଜୁଥିବି ଏକ ନିଝୁମ ବର୍ଷା ରାତିରେ

ଏକ ଦୁର୍ବଳ ମୂହୂର୍ତ୍ତ

ଆମକୁ ଆବୋରି ଧରିଥିବ

ଭିନ୍ନ ଏକ ଆକର୍ଷଣ ରେ

ଦେହ ଆଉ ମନର ର କସମାକସରେ

ବତୁରୁଥିବା ଦୁହେଁ

ଯେଉଁ ଠି ନଥିଵେ କେହି

ଆମର ମିଳନ କୁ ରୋକିବା ପାଇଁ

କେବଳ ଦେହ ନୁହେଁ

ମିଳନ ହେବ ଦୁଇ ଭିନ୍ନ ଆତ୍ମା ର

ଯାହାର ସାକ୍ଷୀ ହୋଇ ରହିବ

ଏ ଘନ ଅନ୍ଧାର ରାତ୍ରିରେ

ଉଜ୍ଜ୍ବଳ ହୋଇ ଚମକୁଥିବା ବିଜୁଳି

କେବଳ ତମେ ଆଉ ମୁଁ......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance