STORYMIRROR

SARATA KUMAR DAS

Romance Tragedy

3  

SARATA KUMAR DAS

Romance Tragedy

ତମେ ଆସିବ ବୋଲି - ୦୪

ତମେ ଆସିବ ବୋଲି - ୦୪

1 min
85

ତମେ ଆସିବ ବୋଲି

ଚଉଦିଗ ନାଲି ନେଳି ଆଲୋକ ବର୍ଣ୍ଣାଳୀ 

ସୁସଜ୍ଜିତ ରାଜପଥ ନଭଶ୍ଚୁମ୍ବୀ ଅଟ୍ଟାଳିକା 

ରୋଷଣୀରେ ଭରପୁର ମୋ ଦାଣ୍ଡ ଅଗଣା

ଚଗଲା ପବନର କୁହୁକ ଛୁଆଁରେ

ମନଲାଗେ ଆନମନା 

ପ୍ରୀତିସିକ୍ତ ହୁଏ ମୋ ଜୀବନର

ଅକ୍ଷାଂଶ ଓ ଦ୍ରାଘିମା 

ବସନ୍ତର ମଧୁର ତାନରେ

ଶିହରିତ ହୁଏ ଶୁଷ୍କ ତରୁ ଲତା  

ମନ୍ତ୍ରମୁଗ୍ଧ ହୁଏ ବାରମ୍ବାର 

ଖୋଜୁଥାଏ ଯାହା ତମ ନୀଳ ଉପତ୍ୟକା ।

ତମେ ଆସିବ ବୋଲି 

ରାତି ଲମ୍ବି ଲମ୍ବି ଯାଏ

କାମସିକ୍ତ ହୁଏ ନିଥର ପ୍ରହର

ସହରର ସବୁ ବତୀ ଲିଭିଲିଭି ଯାଏ

ତାରାଫୁଲ ଓହ୍ଲାଇ ଆସନ୍ତି 

ମାଟି ଅଗଣାକୁ ଆକାଶର ନୀଳ ବଗିଚାରୁ 

ଗୋଟାପଣ ଆବୃତ ହୋଇଯାଏ ମୁଁ 

ତମ ନୀଳ ନୀଳ ପ୍ରେମର ନୀଳ ଆକର୍ଷଣରେ

ଭିଜିଯାଏ ମୁଁ 

ଆଉ ଭିଜୁଥାଏ ମୋ ଜୀବନର 

ବାକିତକ ଆୟୁଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance