Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amulya Kumar Nayak

Classics

3  

Amulya Kumar Nayak

Classics

ତମ ସହରରଟା ଆମ ଗାଁ ପରି ନୁହଁ

ତମ ସହରରଟା ଆମ ଗାଁ ପରି ନୁହଁ

1 min
187



କେତେଦିନ ହେଲା ଚିଠିଟେ ଦେଇନି

     ଭୁଲି ଗଲିଣି ତା ନାଁ

ଅଙ୍କା ବଙ୍କା ନଈ ଆର ପଟେ ଦିଶେ

     ତା' ଝୁମ୍ପୁଡି ଟିକି ଗାଆଁ ।


ପ୍ରଥମ ଦେଖାରେ କହିଥିଲା ସିଏ

     ସହରଟା ଭାରି କ୍ରୁର

ସେ ସହରେ ରହି ପରଦେଶୀ ହେଲି

    ସିଏ ବି ଦେଉନି ଖଣ୍ଡେ ପତର ।


କହିବ କେ' ତାକୁ ବୁଝାଇ ସୁଝାଇ

     ଏ'ତ ମୋବାଇଲ ଯୁଗ

ରାତି ଦଉଡୁଛି ଦିନ ଦଉଡୁଛି

     ନାହିଁ ଆଉ ଚିଠି 

     ନାହିଁ ଆଉ ତାର ଭାବ ।


ଡାକବାଲା ଆଉ ଡାକ ଛାଡୁନାହିଁ

     ଚିଠି ନିଅ ଚିଠି ନିଅ

"ମାଗୁଣି ଶଗଡ" ଗଡୁନି ଗାଆଁରେ

     ଠେକା ବାନ୍ଧୁନାହିଁ ଚଷାପୁଅ ।


କନକ ଗୋରୀ ସେ ରୂପର ମାଧୁରୀ

     ତୁଠେ ମାଜୁଥାଏ ଦେହ

ଆଜି ବି କହୁଛି ତମ ସହରଟା

     ଆମ ଗାଆଁ ପରି ନୁହଁ ।


     


Rate this content
Log in

Similar oriya poem from Classics