STORYMIRROR

Dr. Pratap Kumar Swain

Classics

4  

Dr. Pratap Kumar Swain

Classics

ତମ ଗାଁ ଜହ୍ନ ରାତି

ତମ ଗାଁ ଜହ୍ନ ରାତି

1 min
651


ଜହ୍ନ ଯେବେ ଦେଖା ଦିଏ ତୁମ ଗାଆଁ କିଆ ବୁଦା ଡେଇଁ

ପିଲାଙ୍କ ର କୋଳହଳେ ଗାଁ ଦାଣ୍ଡ ଫାଟି ପଡୁଥାଇ ।

ଭୟ ରେ କାତର ହୋଇ ଜହ୍ନ ଯାଏ ଉପରକୁ ଉଠି

ତୁମ ପିଲା ମାତିଥାନ୍ତି ନାନା ଖେଳେ ହୋଇଣ ଏକାଠି ।

କୁମାର ପୂର୍ଣ୍ଣିମା ଆସେ ଯେବେ ପୁଣିତମ ଗାଆଁ ଛୁଇଁ

ସବୁଆଡେ ଶୁଭ୍ର ଜ୍ଯୋସ୍ନା କଳା ଲୋକ ଗୋରା ଦିଶୁଥାଇ।

ମୋର କିନ୍ତୁ ମନେ ଅଛି ତମ ଗାଁ ଝିଅଙ୍କର କଥା

ପୁଅ ବେଶ ଧରିଥାନ୍ତି ଚିହ୍ନିବାକୁ ନ ଥାଏ ଇୟତା।

ପୁଅ ମାନେ ଧରିଥାନ୍ତି ଝିଅଙ୍କର କମନୀୟ ରୂପ

କିଏ ବା ପାରିବ ଚିହ୍ନି ଯେତେ ସ୍ବଚ୍ଛ ହେଲେ ଚନ୍ଦ୍ରାଲୋକ।

ଆମେ କିନ୍ତୁ ସନ୍ତର୍ପଣେ ଚିହ୍ନିଥିଲୁ ତୁମ ଗାଁ ଝିଅଙ୍କୁ

ସେଥିପାଇଁ ମୋର ସାଙ୍ଗ ଘଷୁଥିଲା ତା ଫୁଲା ଗାଲକୁ।

କେଉଁ ଝିଅ ମାରିଥିଲା ତା ଗାଲକୁ ସଶକ୍ତ ଚାପୁଡା

ଆଜି ବି ଲାଗେ ଦୁର୍ବୋଧ୍ଯ ସତେ ଅବା ତ୍ରିଭୁଜ ବର୍ମୁଡା।

ପ୍ରତିଶୋଧ ନେବା ପାଇଁ ପାଳଭୂତ ହେଲା ମୋର ସାଙ୍ଗ

ତୁମ ଗାଁ ରାସ୍ତାଟିରେ ହେଲା ସିଏ କେତେ ଲଙ୍ଗପଙ୍ଗ।

ଅଜସ୍ର ଗାଳି ଶୁଣିଲା ତୁମ ଗାଁ ମୁରବୀଙ୍କ ଠାରୁ

ମନେ ମନେ ଗାଳି ଦେଇ ଫେରିଥିଲୁ ତୁମ ଗାଁ ଦାଣ୍ଡରୁ।

ଆଜି ଯେବେ ଜହ୍ନ ଆସି ଡାକେ ମୋତେ ଖେଳିବାକୁ

ମନ ଥିଲେ କ'ଣ ହେବ ବୟସ ଟା ଧିକ୍କାରେ ନିଜକୁ।

ଯୁବ ସୁଲଭତା ପୁଣି ଧିରେ ଧିରେ ବୟସ୍କ ହେଉଛି।

ସଂସାର ର ଅଠାକାଠି ସତେ ଆଜି ମୋତେ ଜାବୁଡିଛି।

ତମ ଗାଁ ଜହ୍ନ ରାତି ଆଜି ମଧ୍ଯ ସେମିତି ଆସୁଛି 

ନା ତମେମାନେ ହେଉଅଛ ପୁଅ ନା ଆମେ ପାଳଭୂତ।

ସବୁ ଆଜି ଇତିହାସ ଲେଖିବାକୁ ନା କାହାର ସମୟ ବା ଅଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics