ତିରିଶ ଜିଲ୍ଲା ଗୀତ
ତିରିଶ ଜିଲ୍ଲା ଗୀତ
ଏକ କୋରାପୁଟ
କାହିଁକି ଡରୁଛୁ ବାପ ନଟ l
ଦୁଇ କଳାହାଣ୍ଡି
କିଏ ନେଲା ତୋ ଆଇର ଦଣ୍ଡି l
ତିନି ବଲାଙ୍ଗୀର
ପୋଲିସକୁ ଦେଇନୁ ଖବର l
ଚାରି ସମ୍ବଲପୁର
ଖବର ଦେବାକୁ ଏତେ ଡର l
ପାଞ୍ଚ ସୁନ୍ଦରଗଡ଼
ଡର ଲାଗୁଛି ପୋଲିସ ମାଡ଼ l
ଛଅ କେନ୍ଦୁଝର
ଦେଖୁଛି ବଡ ଧୌର୍ଯ୍ୟ ତୋହର l
ସାତ ମୟୁରଭଞ୍ଜ
କାହିଁକି କରୁଛୁ ଏତେ ଲାଜ l
ଆଠ ବାଲେଶ୍ୱର
ମୋତେ କହ ତୁ ସତ ଖବର l
ନଅ କଟକ
ଛାତି ହେଉଛି ତୋ' ଧକ ଧକ l
ଦଶ ପୁରୀ
କହିବୁ ନା' କରିବି ମୁଁ ହୁରି l
ଏଗାର ଗଞ୍ଜାମ
କହିବାକୁ ଲାଗୁଛି ସରମ l
ବାର ଢେଙ୍କାନାଳ
ତୋ' ଦେହରେ ନାହିଁ ଟିକେ ବଳ l
ତେର କନ୍ଧମାଳ
ପ୍ରୟୋଗ କରେ ସବୁ କୌଶଳ l
ଚଉଦ ଗଜପତି
କାହିଁକି ବସିଛୁ ମୁଣ୍ଡପୋତି l
ପନ୍ଦର ଖୋରଦା
ଦେଖିନି ତୋ' ପରି ଏତେ ମାନ୍ଦା l
ଷୋହଳ ଯାଜପୁର
ଦମ୍ଭ ଦେଉଛି କହ ତୁ" ଜୋର l
ସତର କେନ୍ଦ୍ରାପଡ଼ା
କିଏ ବୁଝିବ ମୋ ମନର ପୀଡା l
ଅଠର ଅନୁଗୁଳ
ମୁଣ୍ଡ ହେଉଛି ମୋ ଗୋଳମାଳ l
ଉଣେଇଶି - ନୟାଗଡ
କବାଟକୁ କରି ଧଡ ଧଡ଼ l
କୋଡିଏ ଭଦ୍ରକ
ଘରେ ପଶିଗଲେ ଚୋର ଯାକ l
ଏକୋଇଶୀ ରାୟଗଡା
ଫିଙ୍ଗିଲେ ବମ ଓ ଲେମ୍ବୁସୋଡ଼ା l
ବାଇଶି ମାଲକାନଗିରି
ଛିନ ଛତ୍ର ହେଲା ଘରବାରି l
ତେଇଶି ନବରଙ୍ଗପୁର
ସତେ ବରଷିଲା କି କୁଆ ପଥର l
ଚବିଶି ନୂଆପଡା
ହାତ ଗୋଡ଼ ହେଲା ଫେଡ଼ା ଫେଡ଼ା l
ପଚିଶୀ ସୋନ ପୁର
କି ଶୋଚନୀୟ ଅବସ୍ଥା ମୋହର l
ଛବିଶି ବରଗଡ଼
ଦିଶୁଥିଲା ମୋ' ପିଞ୍ଜରା ହାଡ଼ l
ସ ତେଇଶୀ ଦେଓଗଡ
ବେଶୀ ହୋଇଥିଲା ମୋତେ ମାଡ଼ l
ଅଠେଇଶୀ ଝାରସୁଗୁଡା
ସମ୍ପତ୍ତି ନେଲେ କରି ଆଣ୍ଠୁକୁଡା l
ଅଣତିରିଶି ଜଗତସିଂହପୁର
ଧମକ ଦେଲେ ମାରିବୁ ସପରିବାର l
ତିରିଶ ବଉଦ
ମରିବାକୁ ଗଣୁଛି ମୁଁ ପ୍ରମାଦ l