STORYMIRROR

Anjana Naik,Anju..Deogarh

Inspirational

4  

Anjana Naik,Anju..Deogarh

Inspirational

ତିକ୍ତ ମେଲାଣି

ତିକ୍ତ ମେଲାଣି

1 min
255

ମୋ ପଣତ କାନିରେ

ଆଉ ତୋ ମୁହଁ ପୋଛି ପାରୁନି 

ମୋ କଠିନ ପରିଶ୍ରମ ର ସ୍ବେଦରେ ଏହା ସିକ୍ତ

ମୋ କୋଳରେ ସୁଖ ନିଦ୍ରା ବି ନାହିଁ 

ସୁଖ ଓ ନିଦ୍ରା ତ ଆସେ ସମ୍ପତିର ସ୍ପର୍ଶ ରେ 

ଭବିଷ୍ୟତ ବି ନାହିଁ ମୋ ପାଖରେ 

ତୁ କର୍ମଭୂମି ପ୍ରତିଷ୍ଠା କର 

ମୋ ଠାରୁ ଦୂରରେ ।


ତୁ ଖୋଜିନେ ନିଜେ ନିଜେ 

ତୋ ମନ ମୁତାବକ ସ୍ବପ୍ନ 

ସାକାର କର ନିଜ ଆତ୍ମ ସନ୍ତୁଷ୍ଟି ପାଇଁ

ମୁଁ ତ ପୁରୁଣାକାଳିଆ,ମଳିମୁଣ୍ଡିଆ ମଣିଷ 

କାହିଁକି ତୁ ତୋ ଆଧୁନିକତା ହରେଇବୁ 

ମୋ ଆଶା ଅଶୁମାରି ପାଇଁ ।


ସବୁ ସ୍ବପ୍ନ ତ ଏବେ ବିକ୍ରି ହୁଏ ପୁଳା ପୁଳା 

ପ୍ରତ୍ୟେକ ହାଟ ବଜାରରେ 

ମନ ମୁତାବକ ସୁବିଧା ସୁଯୋଗ 

ଯାହାଥିଲା ଅପହଞ୍ଚ ଇଲାକାରେ  

ଆଜି ହାତ ପାହାନ୍ତାରେ ସବୁ ଉପଲବ୍ଧ 

କେବଳ ଗୋଟେ ସୁଇଚ ର ସ୍ପର୍ଶରେ ।


ବାଛିନେ ଚକ୍ ଚକିଆ ନୋଟ ବଦଳରେ 

ମୁଣ୍ଡ ନୁଆଁଇ ଦସ୍ତଖତ କରିଦେ 

ଚଉଦବର୍ଷ ବନବାସ ପାଇଁ

ଆଉ କେତେ ଦିନ ବଞ୍ଚିବାର ରାହା 

ଏବେ ତ ମୋର ଅଣ୍ଟା ବି ଗଲାଣି ନଇଁ ।


ତୋ ପାଖରେ ରହିବାର ସମ୍ମତି ବିନା 

ଏମିତି ଯାଗା ବାଛିଚି, 

ତୋତେ ମୁଁ ନିଆଶାରେ 

ଦୂରେ ଥାଇ ବି ସବୁଦିନ ଦେଖିବା ପାଇଁ

ଆକାଶକୁ କହିଚି ମୁଁ ନିମିତ୍ତ କାଳରେ 

ତାର ବିସ୍ତୃତ ବଳୟ ମଧ୍ୟରେ 

ମୋତେ ଟିକିଏ ଯାଗା ଦେବ 

ତାରା ଟେ ହେବା ପାଇଁ  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational