STORYMIRROR

Kshitish Jena

Abstract Inspirational Children

4  

Kshitish Jena

Abstract Inspirational Children

ଥ୍ୟାଙ୍କ୍ ୟୁ ଟିଚର

ଥ୍ୟାଙ୍କ୍ ୟୁ ଟିଚର

1 min
326


ପାଠପଢ଼ା ବହୁଦିନୁ ଛାଡ଼ିଲିଣି

ତଥାପି ଭୁଲି ହୁଏନି

ଶୋଇଥିବାବେଳେ ସପନରେ ଗୁରୁ

ତୁମ ଛବି ଆସେ ପୁଣି ।


ଗୁରୁ ଓ ଛାତ୍ରର ନିବିଡ଼ ସମ୍ପର୍କ

ମୁଦ୍ରା ଦୁଇ ପାର୍ଶ୍ଵ ପରି

ଗୁରୁ ହେଲେ କାୟା ଛାତ୍ର ଅଟେ ଛାୟା

ଗୁରୁ ଗୁଣ ଅସୁମାରୀ ।


ଛାତ୍ରଛାତ୍ରୀ ବିନା ଲାଗେ ନାହିଁ ଭଲ

ପିତୃତୁଲ୍ୟ ଶିକ୍ଷକଙ୍କୁ

ସମସ୍ତଙ୍କୁ ଗୁରୁ ସମାନ ଦେଖନ୍ତି 

ଆଦରନ୍ତି ସମସ୍ତଙ୍କୁ ।


ଦବାକୁ କେହିରେ ଭଲ ପାଆନ୍ତିନି

ଗୁରୁ ହିଁ ଜଣିଏ ବ୍ୟକ୍ତି

ପିଲାଙ୍କୁ ପାଠକୁ ଦାନ କଲେ ସିଏ

ହୋଇଥା'ନ୍ତି ଆତ୍ମତୃପ୍ତି ।


ଗୁରୁ ଚାହିଁଥା'ନ୍ତି ଛାତ୍ରଛାତ୍ରୀମାନେ

ବାଟେ ଘାଟେ ନଝୁଣ୍ଟନ୍ତୁ

ଦେଖାନ୍ତି ସୁବାଟ ଚାହାଁନ୍ତି ପିଲାଏ

ଭଲ ବାଟରେ ଯାଆନ୍ତୁ ।


ଅନୁକରଣୀୟ ସର୍ବଦା ପିଲାଏ

ଶିଖନ୍ତି ଯେ ଅନ୍ୟଠାରୁ

ତେଣୁ ଗୁରୁଙ୍କର ଭାଷା ବ୍ୟବହାର

ମାର୍ଜିତ ହିଁ ପ୍ରାରମ୍ଭରୁ ।


ଡାକ୍ତର ହେଉବା ନେତାଟିଏ ହେଉ

ହେଉ ଅବା ଚାଷୀଟିଏ

ନିଜ ନିଜ କ୍ଷେତ୍ରେ ପାରଦର୍ଶିତାରେ

ଗୁରୁ ଅବଦାନ ଥାଏ ।


ଯେତେବଡ଼ ପଦେ ଯିଏ ରହିଥାଏ

ଦାନ ଥାଏ ଗୁରୁଙ୍କର 

ତେଣୁ ହୃଦୟରୁ ସ୍ଵତଃ ବାହାରଇ

ଥ୍ୟାଙ୍କ୍ ୟୁ ଟିଚର ।


Rate this content
Log in

Similar oriya poem from Abstract