ଥୁଣ୍ଟା ଗଛ
ଥୁଣ୍ଟା ଗଛ
ଭଲ ମାଟି ପାଇ ବଢ଼ିଥିଲି ମୁହିଁ
କେତେ ନୂଆ ଆଶା ରଖି
ପାଣି ପବନର ଉତ୍ତମ ବେଶରେ
ଦିଶିଲି ସବୁଜ ମୁଖି ।
ଦେହରେ ଆସିଲା ନବ ଯୌବନର
ଜ୍ୟୋତି ରୂପ ଫୁଲ ଫଳ
ସଭିଏଁ ଦୂରରୁ ଦେଖି କଲେ ଦୃଷ୍ଟି
ଲୋଭନୀୟ ହେଲା ବଳ ।
ଯିଏ ସିଏ ଆସି ଫଳ ଫୁଲ ନେଇ
ଖୁସିରେ ଦେଖନ୍ତି ରହି
କିଏ ପୁଣି ଆସି ଛାଇର ଆତୁରେ
ଚାହିଁଲା ବସିବା ପାଇଁ ।
ଦିନୁ ଦିନ ହେଲ
ା ବାୟୁ ପ୍ରଦୂଷିତ
ପତ୍ର,ଫୁଲ ଗଲା ଝଡ଼ି
ସବୁଜ ରଙ୍ଗର ବସ୍ତ୍ର ପିନ୍ଧି ଥିଲି
ଧିରେ ଧିରେ ଗଲା ଉଡ଼ି ।
ଦେହେ ପଶିଗଲା ଧୂଳି ବାଲି ସବୁ
ଦିଶିଲି ବିବର୍ଣ୍ଣା ହୋଇ
ନାହିଁ ଫୁଲ ଫଳ ହେଲି ରଙ୍ଗହୀନ
ନ ଦେଖିଲେ କେହି ରହି ।
ପଥିକ ଆସିଲେ ଦେଖି ଦେଇ ମୋତେ
ଆଡେଇ ଯାଆନ୍ତି ସଭି
କଥା କୁହା କୁହି ହେଇ ଯାଉଥିଲେ
ଥୁଣ୍ଟା ଗଛ ହେଲି ଭାବି ।