STORYMIRROR

sumita behera

Romance Inspirational

3  

sumita behera

Romance Inspirational

ଥରେ କୁହ ନା

ଥରେ କୁହ ନା

1 min
166

 ଥରେ କୁହ ନା


ଦେଖିକି କାହାକୁ ସପନେ ହସୁଛ

ପଚାରିଲି ଯେବେ କୁହନା

ତୁମେ କୁହ 'ଥରେ ପଚାର ମନକୁ

ତୁମକୁ କି ଏହା ଅଜଣା' ?


ନାଲି ଶାଢ଼ୀ ପିନ୍ଧି ପଚାରେ ତୁମକୁ

କେମିତି ଦିଶୁଛି କୁହନା

ସଂତୃଷ୍ଣ ନୟନେ ଚାହିଁ ରୁହ ଖାଲି

କିଛି ବି ଉତ୍ତର ପାଏନା ।


ପଚାରେ ତୁମକୁ ଭଲପାଅ କି ନା

ଦେହ ଛୁଇଁ ମୋର କୁହନା

ମୋ ଅଖିରେ ଆଖି ମିଶେଇକି କୁହ

ଆଖି ପରା ମନ ଆଇନା ।


ପ୍ରହେଳିକାମୟ ତୁମ ଶବ୍ଦ ଫାଶ

ଅଧା ବୁଝେ ଅଧା ବୁଝେନା

ତୁମେ କି ଜାଣନା ପ୍ରଶ୍ନ ବଦଳରେ

ପ୍ରଶ୍ନଟିଏ ମୁଁ ଯେ ଚାହେଁନା?


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sumita behera

ଧରା

ଧରା

1 min ପଢ଼ନ୍ତୁ

ମନ ରେ

ମନ ରେ

1 min ପଢ଼ନ୍ତୁ

ଆସ ନା

ଆସ ନା

1 min ପଢ଼ନ୍ତୁ

ସପନ

ସପନ

1 min ପଢ଼ନ୍ତୁ

Similar oriya poem from Romance