STORYMIRROR

Puspanjali Panda

Classics

4  

Puspanjali Panda

Classics

ଥରେ ଆସ

ଥରେ ଆସ

1 min
118


କେମିତି ପୂଜିବି ତୁମକୁ ଗଣେଶ

ତୁମ ଶୁଣ୍ଢ ଦେଖି ହସେ

କେତେ ଲଡୁ ଖାଇ ପେଟ ବଢାଇଛ

ଲମ୍ବୋଦର ଫୁଟି ଦିଶେ।।

ଏକଦନ୍ତ ଧରି କେମିତି ଖାଉଛ

ମୂଷିକ ବାହାନ ଧରି

ନିଶକୁ ଫୁଲେଇ ଦେଉଛି ହଲେଇ

ବସିଅଛି ବୀର ପରି।।

ଯିବୁନାହିଁ ସ୍କୁଲ, ସାଙ୍ଗ ସାଥୀହୋଇ

ହେବନି ପୂଜା ସଉକ

କେମିତି ପୂଜିବୁ ପୁଷ୍ପାଞ୍ଜଳି ଦେବୁ,

ଶ୍ରୀଫଳ, ଲଡୁ, ମୋଦକ।।

ବାଜା ବାଜିବନି ରୋଷଣୀ ହେବନି

ମନେ କରୁ ଆବାହନ

ଥରେ ହେଲେ ଆସ ବିଘ୍ନ ହେଉ ନାଶ

ଆହେ ପ୍ରଭୁ ଗଜାନନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics