ଥକ୍କା ସୂରୁଜ
ଥକ୍କା ସୂରୁଜ
ବରାହ ସ°ହିତା ପଞ୍ଚାଙ୍ଗ ଗଣନା
ବୈଶାଖରେ ନବବର୍ଷ
ଷାଠିଏ ପ୍ରକାର ସମ୍ବତ୍ସର ନାମ
ସ୍ୱଗୁଣ କରେ ପ୍ରକାଶ ।
ଉନବିଂଶ ବି°ଶେ ରହିଥିଲା ନାମ
ପ୍ରବୃତ୍ତି ଗତ ଭିକାରୀ
ବୃଦ୍ଧି ହୋଇଥିଲା ଭୟ ଓ ଆତଙ୍କ
ଦୁରାରୋଗ ମହାମାରୀ ।
ବି°ଶ ଏକବି°ଶେ ସମ୍ବତ୍ସର ନାମ
ରହିଥିଲା ଶରବରୀ
କଟିଗଲା ଘୋର ଅନ୍ଧକାର ରାତ୍ରି
ଗୃହେ ରହି ବନ୍ଦୀ ପରି ।
ଦ୍ୱାବି°ଶ ବରଷ ପ୍ଲାବା ସମ୍ବତ୍ସର
ଉଜ୍ଜ୍ୱଳ କରିବ ଆଶା
ଭବ ସାଗରକୁ ତରିବା ନିମନ୍ତେ
ମିଳିବ ସାହା ଭରସା ।
ତ୍ରୟୋବି°ଶ ବର୍ଷ ନାମ ଶୁଭକୃତ୍ୟ
ହେବ ମଙ୍ଗଳ କଲ୍ୟାଣ
ମନ ସଚେତନ ହେବ ଜାଗରଣ
ଉଲ୍ଲସି ଉଠିବ ମନ ।
ଆମ ସୁସ°ସ୍କାର ସମୟ ଗଣନା
ଆଧ୍ୟାତ୍ମିକ ମୂଲ୍ୟବୋଧ
ତୃତୀୟ ନୟନ ଅଟଇ ଜ୍ୟୋତିଷ
ମାନ୍ୟତା ପଞ୍ଚମ ବେଦ ।
ଥକ୍କା ପଣ ତେଜି ଉ°ଇବେ ସୂରୁଜ
ନୂତନ ଆଶା ଆଲୋକେ
ଲଭି ଆଶ୍ୱାସନା ମନାସିବା ଆସ
ସଙ୍କଳ୍ପ ଶୁଭ ପ୍ରକଳ୍ପେ ।
