STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ତେଲିଆ

ତେଲିଆ

1 min
316

ତେଲ - ମାଲ - ଗେଲ

ତିନି ଗୋଟି ଶବ୍ଦ ନୁହେଁ ଇଏ

ଅଟେ ତିନି ଅମୋଘ ଉପାୟ

ଏଇ ଦୁନିଆରେ କରନ୍ତି ନିର୍ଣ୍ଣୟ

ମଣିଷର ଭଲ - ଭେଲ - ଭୁଲ।

ତେଲିଆ ମୁଣ୍ଡରେ ତେଲ

ତେଲ ମାରି ମାରି ସବୁ

କାମ କରଇ ହାସଲ

ସଭିଏଁ ତା' ହସ୍ତମୁଦି ମାହାଲ

ବନ୍ଧୁର ପଥ ତା' ପାଇଁକି ସମତୁଲ।

ତେଲ ମାଲିସରେ ନୋହିଲେ କାମ

ବାଣ୍ଟୁଥାଏ ସିଏ ଆନକୁ ମାଲ

ମାଲରେ ତାହାର ମୋହିତ ହୋଇ

ଦୁନିଆ ତାହାକୁ କରଇ ଗେଲ

ସଂସାରରେ ଏକା ସେଇ ତ ଭଲ।

ଗଣ୍ଠିଆ କାଠ ତ ଚୁଲି ମୁଣ୍ଡକୁ

ସଳଖ କାଠ ତ ସବୁ କାମକୁ

ସରଳ ଲୋକର ଆଦର ନାହିଁ

ତେଲିଆର ଭାଉ କେତେରେ କାହିଁ

ସଭିଙ୍କ ଆଗରେ ଭଲେଇ ହୋଇ

ଆପଣାର କାମ ନିଏ କରେଇ।

ଡେଙ୍ଗା ମୁଣ୍ଡରେ ଠେଙ୍ଗା

ତେଲିଆ ସାଙ୍ଗରେ ନିଅନି ପଙ୍ଗା

ବିନା ପାଣିରେ ସିଏ ଚଳାଏ ଡଙ୍ଗା

ତା' ସାଥେ ବଇରୀ ବଡ଼ ମହଙ୍ଗା

ଦରକାର ପଡ଼ିଲେ କରଇ ଦଙ୍ଗା।

ଚରଣଚୁଟିଆର ଚରିତ୍ର ବଡ଼ ଜଟିଳ

ତୋଷାମଦିଆ କରଇ କୁଟିଳ ଖେଳ

ସଂସାରରେ ନାହିଁ କେ ତା'ର ମେଳ

ଭଦ୍ରଲୋକ ପାଇଁ ସାଜିଥାଏ କାଳ

ଦୂରୁ ଦେଖି ତାଙ୍କ ଠାରୁ ନିଜକୁ ସମ୍ଭାଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract