STORYMIRROR

LALIT MOHAN DASH

Abstract Classics Inspirational

3  

LALIT MOHAN DASH

Abstract Classics Inspirational

ତେଲିଆ ମୁଣ୍ଡରେ ତେଲ

ତେଲିଆ ମୁଣ୍ଡରେ ତେଲ

1 min
190

ପରିସ୍ଥିତି ଏବେ

ବିଗିଡି ଚାଲିଛି

ମଣିଷ ସ୍ୱାର୍ଥର ଦାସ

ବ୍ୟକ୍ତିଗତ କାର୍ଯ୍ୟ

ହାସଲ ପାଇଁକି

ସ୍ୱାର୍ଥସାଧନରେ ବ୍ୟସ୍ତ l

ଦୋଷକରି ଏଠି

ଦୋଷୀ ଖସିଯାଏ

ନିର୍ଦୋଷ ଦଣ୍ଡପାଏ

ବଡ଼ବଡ଼ିଆଙ୍କୁ

ସବୁଛାଡ଼ ଏଠି

ଦୁଃଖୀଙ୍କୁ ପଚାରେ କିଏ ?

ଆଇନ ଆଖିରେ

ଅନ୍ଧପୁଟୁଳୀ

ନ୍ୟାୟ ମିଳେ ନାହିଁ ଏଠି

ବଦଳି ଯାଇଛି

ସୁସ୍ଥ ସମାଜର

ଚିତ୍ର ଆଉ ପରିସ୍ଥିତି l

କୃଷି,ଶିକ୍ଷା,ସ୍ୱାସ୍ଥ୍ୟ

ଗମନାଗମନ

ବିଜୁଳି ବିଶୁଦ୍ଧ ଜଳ

ମୌଳିକ ସୁବିଧା

ନ ପାଇ ମଣିଷ

ହୁଏ ଏଠି କଲବଲ l

ନୁଖୁରା ଲୋକଙ୍କୁ

ପଚାରେ ବା କିଏ

ଲମ୍ବିଛି ଦୁର୍ନୀତି ଚେର

ଗରିବୀ ହଟିବା

ଅସମ୍ଭବ ଏଠି

ତେଲିଆ ମୁଣ୍ଡରେ ତେଲ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract