Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Tragedy

4  

Ajit Kumar Raut

Tragedy

ତେବେ ହିଁ ମିଳିବ ରାଷ୍ଟ୍ରରେ ଶାନ୍ତି

ତେବେ ହିଁ ମିଳିବ ରାଷ୍ଟ୍ରରେ ଶାନ୍ତି

1 min
422


ଚିହ୍ନିତ ହୁଅନ୍ତୁ ଚିହ୍ନିତ କରନ୍ତୁ ଦେଶର ହିଁ ଶତ୍ରୁ ଆଗ,

ବିନାଶ କରନ୍ତୁ ରାଷ୍ଟ୍ରର ସୈନିକେ ଆତଙ୍କବାଦୀଙ୍କୁ ଆଗ ।


ସତ୍ତାର କାମନା ପାଇଁ ଦେଶ ମଧ୍ୟେ ଶତ୍ରୁଙ୍କ ତାଣ୍ଡବ ଏବେ

ପଡୋଶୀ ଦେଶର ଆତଙ୍କିତାଣ୍ଡବ କରୁଛି ଦୁଃଖିତ ଏବେ । 


ସତ୍ତାର ପାଇଁ ହିଁ ଦେଶ ଶତ୍ରୁ ପରି ନେତାଙ୍କର ଅଭିନୟ,

ଶତ୍ରୁଦେଶ ସଙ୍ଗେ ମିଳିତ ଅଛନ୍ତି ମନେ ଲାଗୁ ଅଛି ଭୟ ।


ଦେଶର ଖାଇଣ ଦେଶରେ ରହିଣ ପ୍ରତିବାଦରେ ସେ ରତ,

ରାଷ୍ଟ୍ର ଭଲକାର୍ଯ୍ୟ ଦେଶର ଗୌରବ କରୁଅଛି ମର୍ମାହତ ।


ଯାହା ହୋଇନାହିଁ ହେଉଅଛି ଏବେ ରାଷ୍ଟ୍ରହୀତ ପାଇଁ ଆମ୍ଭ,

ପବିତ୍ର ଦେଶର ଗୌରବର ଗାଥା ଗୁଞ୍ଜୁଅଛି ନିତ୍ୟେ ଆମ୍ଭ ।


ସେହୁ ଭୟଙ୍କର ଅଦୃଶ୍ୟ ରୋଗଟି ଯନ୍ତ୍ରଣା ଟି ରାଷ୍ଟ୍ରେ ଦେଲା,

ଆତ୍ମନିର୍ଭରଟି ନୂଆ ଆବିଷ୍କାରେ କରୋନା ଟିକାଟି ହେଲା ।


ମାଗଣାରେ ଟିକା ଜନହୀତେ ଲାଗେ ରୋଗ ହେଉ ଅଛି ଦୂର,

ଗୌରବାନ୍ନିତ ଟି କରୁଅଛି ଜନେ ଭୟ ହେଉ ଅଛି ଦୂର ।


ରାମରାଜ୍ୟ ପରି ଶାସନ ଚାଲିଛି ଭୟଭୀତ ଏବେ ଶତ୍ରୁ,

ପୁଣି ହିଁ କି ଥରେ ସତ୍ତାକୁ ପାଇବ ଚିନ୍ତୁ ଅଛି ଏବେ ଶତ୍ରୁ ।


ଆତଙ୍କବାଦୀର ନୀଳା ଶେଷ ହେଉ ଚିହ୍ନିତ ହେଉ ଶତ୍ରୁଙ୍କ,

ପ୍ରତିକାର ତାଙ୍କ ଅତି ଆବଶ୍ୟକ ବିନାଶ ହେଉ ଶତ୍ରୁଙ୍କ ।


କର୍ମର ପୂଜାରୀ ଧର୍ମର ରକ୍ଷକ ଦେଶରେ ପ୍ରଧାନ ଆମ୍ଭ,

ହେଉ ସବୁକାର୍ଯ୍ୟ କର୍ମରେ ତାଙ୍କର ଦେଶେ ପରିପୂର୍ଣ୍ଣ ଆମ୍ଭ ।


ସତ୍ତାର କାମନା ପାଇଁ ଦେଶ ମଧ୍ୟେ ଶତ୍ରୁଙ୍କ କାମନା ଏବେ,

ପଡୋଶୀ ଦେଶର ଆତଙ୍କିତାଣ୍ଡବ କରୁଛି ଦୁଃଖିତ ଏବେ ।


ଚିହ୍ନିତ ହୁଅନ୍ତୁ ଚିହ୍ନିତ କରନ୍ତୁ ଦେଶର ହିଁ ଶତ୍ରୁ ଆଗ,

ବିନାଶ କରନ୍ତୁ ଆତଙ୍କବାଦୀଙ୍କୁ ରାଷ୍ଟ୍ରର ସୈନିକ ଆଗ ।


Rate this content
Log in

Similar oriya poem from Tragedy