STORYMIRROR

Pranati Panda

Abstract Classics

3  

Pranati Panda

Abstract Classics

ତାତ୍ସଲ୍ୟର ଅଟ୍ଟହାସ୍ୟ

ତାତ୍ସଲ୍ୟର ଅଟ୍ଟହାସ୍ୟ

2 mins
214


ସେଦିନ ନିଦାଘ ଖରାବେଳଟା ସତେ ଯେମିତି ତାତ୍ସଲ୍ୟର ଅଟ୍ଟହାସ୍ୟ କରି କହୁଥିଲା ,

ତୁ ହାରିଯାଇଛୁ ଜିତିଥିବା ବାଜିକୁ ସବୁ ଦିନେ ହରେଇ ଦେଇଛୁ.

ବନ୍ଦ୍ କୋଠରୀରେ ଖୁବ୍ ଚିତ୍କାର କରି କାନ୍ଦିଛି ,

କିନ୍ତୁ କେହି ତ' ନାହିଁ ଆହା ପଦେ କହିବା ପାଇଁ...

କାରଣ ସମସ୍ତେ ନିଜ ନିଜ ସ୍ଥାନରେ ନିଜକୁ ଠିକ୍ ଭାବିଛନ୍ତି !!

କିନ୍ତୁ ଭଗବାନ ଓ ଭାଗବତ ପ୍ରେମୀ ଙ୍କ ମୁହଁରେ ଭାଗବତ 

ପୁରାଣର ଉପହାସ ଭରା ତାତ୍ସଲ୍ୟ କଟୁକ୍ତି ବେଶ୍ ଅବେଗମୟ ହୃଦୟ ବିଦାରକ ଅସମ୍ଭାଳ ଲାଗିଥିଲା.

ନିଜକୁ ଖୁବ୍ ଅସହାୟ ଅବସ୍ଥାରେ ଧୈର୍ଯ୍ୟ ବନ୍ଧ ନିକଟରେ ହାର ମାନିବାକୁ ବାଧ୍ୟ ହୋଇଥିଲି..

କିନ୍ତୁ ତୁମେ ସେଦିନ ବୋଧେ ଖୁବ୍ ଖୁସି ହୋଇଥିବ ନିଶ୍ଚୟ

କାରଣ ତୁମେ ସେଦିନ ତୁମ ଅଭିଯାନରେ ସଫଳ ହୋଇଥିଲ ଯେ,

ତୁମେ ଜିତିଯାଇଥିଲ ଜନ୍ମେଜୟ!!

ଆଉ ମୁଁ ' ସବୁ କିଛି ହରେଇ ଦେଇଛି ଭାବି

କାନ୍ଦୁଥିଲି କଇଁ କଇଁ ହୋଇ ,

ମାନ, ସମ୍ମାନ, ଅର୍ଥ ସବୁ କିଛି ଖସି ଯାଉଥିଲା ମୋ ' ହାତରୁ ଗୋଟି ଗୋଟି କରି

 ୟା ଭିତରେ ବେଶ୍ କିଛି ଦିନ ଅତିକ୍ରାନ୍ତ ହୋଇଗଲାଣି

ଉପଲବ୍ଧି ହୋଇଛି ମୁଁ ଥିଲି ମାତ୍ର ଏକ କୁଶ ପୁତ୍ତଳିକା ,

ଲୋକଙ୍କ ସାମ୍ନାରେ ମନୋରଞ୍ଜନ କରେଇବାର ଏକ ସାଧନ ମାତ୍ର

 ସୌଭାଗ୍ୟ ପ୍ରାପ୍ତି କରେଇବାର ଏକ ମାଧ୍ୟମ ମାତ୍ର!!

ମୁଁ ' ବି ବେଶ୍ ଆନନ୍ଦରେ ନାଚି ନାଚି ଉପରକୁ ଦେଖୁଥିଲି,

କିନ୍ତୁ ତଳେ ଥିବା ଗରମ ପାଉଁଶ ଗଦାରେ ମୋର ତିଳେ ମାତ୍ର ଲକ୍ଷ୍ୟ ପଡ଼ି ନଥିଲା

ପାଖ ଟା ସ୍ପଷ୍ଟ ଦେଖି ପାରୁଥିଲି ଦୂରଟା ସମ୍ୟକ ଅସ୍ପଷ୍ଟ ରହସ୍ୟମୟ ଥିଲା !

ଆଜି ବି ' ସେଇ ଅଟ୍ଟହାସ୍ୟରେ ସମଗ୍ର ବାୟୁ ମଣ୍ଡଳ ପ୍ରକମ୍ପିତ

କିନ୍ତୁ ମୁଁ

ଏବେ ବି ସେଇ ପରମବ୍ରହ୍ମ ଅନ୍ତର୍ଯ୍ୟାମୀ ପୁରୁଷୋତ୍ତମ ଙ୍କ ଉପରେ ବିଶ୍ୱାସ ରହିଛି !

ପୁଣି ନିଜକୁ ଦୃଢ଼ କରି ରୁଟିନ୍ ବନ୍ଧା ଜୀବନ ଶୈଳୀ ରେ ନିଜକୁ ଖାପ୍ ଖୁଆଇ ପୁଣି ଥରେ ଧୀରେ ଧୀରେ ଆଗକୁ ବଢ଼ିଛି

ସୋପାନ ପରେ ସୋପାନ

କିନ୍ତୁ ତୁମେ ସେଦିନ ଖୁବ୍ ଖୁସିରେ ଥିଲ ଜିତି ଯାଇଥିଲ ବୋଲି !

ଆଜି କିନ୍ତୁ ଦେଖ ତୁମେ ଯେଉଁଠି ଅଛ ସେଇଠି ନା ୨୦ ବର୍ଷ ପଛକୁ

ଫେରି ଯାଇଛି ଜୀବନ

ମୁଁ କିନ୍ତୁ ହାରିଯାଇଥବା ହୃଦୟ ନେଇ

ଭଗବତ୍ ସଂସ୍ପର୍ଶରେ ଆସିବା ପାଇଁ

ଜୀବନ ର ଶେଷ ଦୀପ ଲିଭିବା ପର୍ଯ୍ୟନ୍ତ

ଚଢୁଥିବି ଗୋଟିଏ ଗୋଟିଏ ସୋପାନ

ତୁମେ ଜିତିକି ହାରିଯାଇଛ ଆଉ ମୁଁ ’ହାରି ମଧ୍ୟ ଚାଲୁଛି

ଏକ ଅସରନ୍ତି ଆତ୍ମଲୀନ ଯାତ୍ରା ପଥରେ.

ଧର୍ଯ୍ୟର ସହ ଅପେକ୍ଷା କର ଆଗାମୀ ଅପେକ୍ଷାରେ

ତୁମେ କାନ୍ଦ ଜନ୍ମେଜୟ !!

ଠିକ୍ ସେଦିନ ଯେମିତି ମୁଁ ପାଗଳ ପ୍ରାୟ କାନ୍ଦୁଥିଲି ,

ଜବରଦସ୍ତି ଦେଖେଇ ହୋଇ ହସିବାର ପ୍ରୟାସ କର ନାହିଁ ,

କାରଣ....….

ହୃଦୟରୁ ହାରି ଯାଇଥିବା ମଣିଷ ଟିଏ ମାତ୍ର ତୁମେ......

ଯିଏ ହୃଦୟରୁ ଭାଙ୍ଗି ଯାଇଥାଏ ସେ କେବଳ ହିଁ କେବଳ ଦୁନିଆଁ ଆଗରେ

ହସିବାର ପ୍ରୟାସ କରିବାକୁ ଚେଷ୍ଟିତ ଥାଏ !!

ଜିତିଥିବା ବାଜି ତାଙ୍କରି ଶ୍ରୀ ଚରଣେ ସମର୍ପି ଦିଅ.......

ଆରମ୍ଭ କର ସମୁର୍ଣ୍ଣ ଏକ ନୂଆ ଜୀବନ!!

କେବଳ ସେଠାରେ ଭକ୍ତ ବୋଲି କେହି ନଥିବେ , କରିବା ପାଇଁ ପଡିବ ଗୋଟିଏ ମାତ୍ର ସ୍ଵିକାରୋକ୍ତି ,

ସେଠି କେବଳ ମାତ୍ର ଥିବ ଭଗବତ୍ ସତ୍ତା ର ଉପଲବ୍ଧି.



Rate this content
Log in

Similar oriya poem from Abstract