STORYMIRROR

SACHALA GURU

Inspirational

3  

SACHALA GURU

Inspirational

ତାରା

ତାରା

1 min
192


ଜଗତ ଈଶ୍ୱର ହେ ପରମେଶ୍ୱର

   କଲ ସୃଷ୍ଟିର ସର୍ଜନା

ବିଶ୍ୱଚରାଚର ସକଳ ଜୀବର 

   କରିଛ ସବୁ ମାର୍ଜନା ||


ଅମୃତମୟ ସେ କି ଆନନ୍ଦ ମୟ 

   ପରମା ପ୍ରକୃତି ଦୃଶ୍ୟ 

ଏ ସାରା ବିଶ୍ୱରେ ଜଗତିକ ଦ୍ରବ୍ୟ 

   ଭରିଛ ତାର ରହସ୍ୟ ||


ଶ୍ରେଷ୍ଠ ଜୀବ ଭାବେ ସୃଷ୍ଟି ଯେ କରିଛ 

   ପ୍ରାଣୀ ମଧ୍ୟରେ ମନୁଷ୍ୟ 

ଜୀବନର  ମାର୍ଗ ସଦାଚାର ପୂର୍ଣ୍ଣ 

  ଗଢ଼ିଛ କରି ଅବଶ୍ୟ ||


ଆକାଶରେ ତାରା କେତେ  ମନୋହରା 

   ତା ପୃଷ୍ଠେ ହେଉ ଝଲକ 

ଯୁଗେଯୁଗେ ହରି ନରରୂପ ଧରି 

   ଦେଖନ୍ତି ତାଙ୍କ ମହକ ||


ଗଗନରେ  କୋଟିକୋଟି ତାରାଗଣ 

   ରହିଛି ପୂର୍ବ  ବୃତ୍ତାନ୍ତ 

ପୁଲହ,  ପୁଲସ୍ଥି, ଅଙ୍ଗିରା, ବଶିଷ୍ଠ 

  &nbs

p;ଶ୍ରେଷ୍ଠ କର୍ମର ମହତ ||


ଭୃଗୁ,  ଧ୍ରୁବ ଆଦି  ମହନୀୟ ଗାଦି 

   ପ୍ରାପ୍ତ ସେ ଅମୁଲ୍ୟ ସ୍ଥାନ 

ସୁନୀତିର ପୁତ୍ର ବିଷ୍ଟହୁଙ୍କଠେ ଚିତ୍ତ 

   ପବିତ୍ର ହୃଦୟ  ମନ ||


ନବମଣ୍ଡଳରେ  ଧ୍ରୁବ  ତାରା ରୂପେ 

  ରହିଛି  ସେ ବିଦ୍ୟମାନ

ଭକ୍ତ  ପ୍ରହଲ୍ଲାଦ  ଆହା କି ଆଲ୍ଲାଦ 

   ଅପୂର୍ବ କି ତାର ଜ୍ଞାନ ||


ହରିହରି ନାମ ମନନ କରିଣ 

   ଜୀବନ ତା ହେଲା  ଧନ୍ୟ 

କଥାରେ  ତା ନାହିଁ  କର୍ମରେ ଦେଖାଇ 

   ଦେଲ ସାରା ସୃଷ୍ଟି ମାନ ||


ଚିର ଦିନ ପାଇଁ ଆକାଶରେ ରହି 

  ସପ୍ତର୍ଷିମଣ୍ଡଳ  ହେଲେ 

ଧ୍ରୁବ  ତାରା ରୂପେ  ଉତ୍ତର ରୂପରେ 

   ଦିଗ ନିର୍ଣ୍ଣୟ  କରିଲେ ||


Rate this content
Log in

Similar oriya poem from Inspirational