STORYMIRROR

Jashobant Pattanayak

Children

4  

Jashobant Pattanayak

Children

ତାରା

ତାରା

1 min
215


ତାରାଟିଏ ମୁଁ ତାରାଟିଏ

ଚିକିମିକି ଛୋଟ ହସଟିଏ

ନୀଳଆକାଶର ଉପବନେ ମୁଁ ଯେ - 

ଝରାଶେଫାଳିର ଫୁଲଟିଏ;

ତାରାଟିଏ ମୁଁ ତାରାଟିଏ ।।


ତାରାଟିଏ ମୁଁ ତାରାଟିଏ

ଅବୁଝା ଶିଶୁର ସାଥିଟିଏ

ଭାରି ବିଶାଳ ଯେ ପରିବାର ମୋର -

ଜହ୍ନ ରାଇଜରେ ଘରଟିଏ;

ତାରାଟିଏ ମୁଁ ତାରାଟିଏ ।।


ତାରାଟିଏ ମୁଁ ତାରାଟିଏ

କବିଙ୍କ ପରଶମଣିଟିଏ

ଭଲପାଏ ଯିଏ ତା' ପାଇଁ ନିକଟ

ଆନକୁ ଅନେକ ଦୂରଟିଏ;

ତାରାଟିଏ ମୁଁ ତାରାଟିଏ ।।


ତାରାଟିଏ ମୁଁ ତାରାଟିଏ

ନିଶିଥର କୁନି ଜ୍ୟୋତିଟିଏ

ସୂରୁଜର ଆଭା ଚାଦରେ ହଜେ ମୁଁ - 

ପାହାନ୍ତି ରାତିର 'କୁଆଁ'ଟିଏ;

ତାରାଟିଏ ମୁଁ ତାରାଟିଏ ।।


ତାରାଟିଏ ମୁଁ ତାରାଟିଏ

ଚାଷୀଙ୍କ ଅସରା ଖୁସିଟିଏ

ସାଗର କୋଳର ନାବିକ ପାଇଁ ମୁଁ 

ଉତ୍ତର ଆକାଶ ବତୀଟିଏ;

ତାରାଟିଏ ମୁଁ ତାରାଟିଏ ।।



Rate this content
Log in

Similar oriya poem from Children