ତାରା
ତାରା
ଅସ୍ତାଚଳେ ଯେବେ ରବି ଲୁଚିଯାଏ
ଅନ୍ଧାର ଘୋଟି ଆସଇ ।
ରଜନୀରାଣୀ ତା କଳା ପଣତରେ
ଧରତି ଦିଏ ଘୋଡେ଼ଇ ।।
ସୂଦୂର ଆକାଶେ ଆପଣା ପ୍ରକାଶେ
ନିଷ୍ପ୍ରଭ ତାରକାଗଣ ।
ବିଚିତ୍ର ହୀରକ କୁସୁମ ପରାୟ
ହୁଅନ୍ତି ପ୍ରକାଶ ମାନ ।।
ଲକ୍ଷ କୋଟି ତାରା ଥାଇ ଏହି ଧରା
ଅନ୍ଧାରେ ଅଦୃଶ୍ୟ ରହେ ।
ଏକା ଚନ୍ଦ୍ର ଆସି ଶୁଭ୍ର ଜୋଛନାର
ପ୍ରକାଶ ବିଭାସି ଥାଏ ।।
ସ୍ବପ୍ରକାଶେ ତାରା ଜ୍ୟୋତିର୍ମାନ ଯଥା
ସୂର୍ଯ୍ୟ ଆପେ ଜ୍ୟୋତିର୍ମୟ ।
ରବି କର ପ୍ରତିବିମ୍ବେ ପ୍ରକାଶିତ
ଆମ ଗ୍ରହ ଉପଗ୍ରହ।।
ସୂର୍ଯ୍ୟ ସମ ସର୍ବ ତାରକା ମଣ୍ଡଳ
ନିଜ ଗୁରୁଆକର୍ଷଣେ ।
ସୁନିୟତ ପଥେ କରି ବିବର୍ତ୍ତନ
ଭ୍ରମନ୍ତି ଦୂର ଗଗନେ।।
ଅଧୁନା ବିଜ୍ଞାନ କରୁଛି ଶୋଧନ
ନିତି ନିତି ଗଣେ ତାରା ।
ଦୂରବିକ୍ଷଣରେ ନହୋଇ ବିକ୍ଷଣ
ଗଣତି ଅଛି ଅଧୁରା ।।