STORYMIRROR

କଳ୍ପନା ରାୟ

Action Classics Inspirational

3  

କଳ୍ପନା ରାୟ

Action Classics Inspirational

ତାରା

ତାରା

1 min
172


ଟିକି ଟିକି ତାରା ଟିକି ତା ଉଜ୍ଜ୍ୱଳ

ବଡ଼ କିନ୍ତୁ ତା'ର ଭାଵ

ଏକାଠି ରହିବା ତା ଠାରୁ ଶିଖିବ

ଅଛି ତାର ଗୁଣ୍ଡୁଚିର ଭାଵ

ଏକଥା ସଵୁ ଜାଣନ୍ତି ନିଶ୍ଚିତ

ତାରାଫୁଲେ ଶୋଭା ବଢେ ଆକାଶର

ତାଙ୍କ ସଂଖ୍ୟା ପରା ଅଟେ ଅଗଣିତ ।


ତାରାକୁ ଦେଖୂଲେ ସମସ୍ତେ ସନ୍ତୋଷ

ଜହ୍ନ ସେଥିପାଇଁ ଦିଶେ ହସହସ

ଜହ୍ନ ପରିଧିରେ ତାରା ମାୟାଜାଲ

ନିଜକୁ ନିଜଠୁ କରେ ଦୂର

କି ସୁନ୍ଦର ସତେ ତୋ ହସ

ବିଶ୍ଵାସ ହୁଏନି ତୋର ନାହିଁ ଆଲୋକ

ଜହ୍ନ ଅନୁପସ୍ଥିତିରେ ଦିଶୁ ଜକଜକ ।


ପାରିନାହିଁ ଗତି କେହି ତୋର ସଂଖ୍ୟା

ଏକାଠି ରହିବା ହିଁ ତୋର ଶିକ୍ଷା

ଏକାଠି ରହିଲେ ଛୋଟ ହୁଏ‌ ମୋଟା

ଏକାକୀ ବଞ୍ଚିବା କରିଥାଏ ବୋକା

ପାରିବନି କେହି କରି ତୋ ସମୀକ୍ଷା

ପୁଞ୍ଜାପୁଞ୍ଜା ଶବ୍ଦହୁଏତ ତୋଠାରୁ ଆସିଛି

ଏକାଠି ହସ ସେ ପ୍ରମାଣ ଦେଇଛି ।


ତୋତେ ଦେଖିକେତେ ହୁଅନ୍ତି ଭାବୁକ

କଟିଯାଏ ରାତି ସିଏ ଜାଣନ୍ତିନି

ଲେଖୁଯାଆନ୍ତି ତୋ ସୁନ୍ଦରତା ତ ଅନେକ

ଟିକି ଟିକି ତାରା ଆକାଶରେ ଦେଖି

ଛୁଆ ଠାରୁ ବୁଢ଼ା ହୁଅନ୍ତି ତ ସୁଖି

ସନ୍ଧ୍ୟାତାରାଠାରୁ କୁଆଁତାରା ପର୍ଯ୍ୟନ୍ତ

ବାରମ୍ବାର ଦେଖୁଥାଉ ଏ ଜଗତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Action