STORYMIRROR

Raja Sekhar CH V

Action Classics Inspirational

4  

Raja Sekhar CH V

Action Classics Inspirational

ହେରା ପଞ୍ଚମୀ

ହେରା ପଞ୍ଚମୀ

1 min
144

ଆଷାଢ଼ ମାସ ଶୁକ୍ଳ ଦ୍ଵିତୀୟାର ହେଲା ଆଗମନ,

ଚକାନୟନ କରିଲେ ଶ୍ରୀଗୁଣ୍ଡୀଚା ଗୁଡ଼ିକୁ ଗମନ,

ଅତିଶୀଘ୍ର ବାହୁଡ଼ିବାର ଭାର୍ଯ୍ୟାଙ୍କୁ ଦେଲେ ବଚନ,

ଶଙ୍ଖକ୍ଷେତ୍ର ବଡ଼ଦେଉଳ ହେଲା ଯେ କଳା ବିହୀନ


ସ୍ୱାମୀଙ୍କ ପ୍ରତୀକ୍ଷାରେ ନିମଗ୍ନ ହେଲା ଶ୍ରୀଦେବୀଙ୍କ ମନ,

ପଦ୍ମାଳୟା ପ୍ରତ୍ୟାଶା କରିଲେ ମହାପ୍ରଭୁଙ୍କର ସନ୍ଦର୍ଶନ,

ଶ୍ରୀମହାଲକ୍ଷ୍ମୀ ଚାହିଁଲେ ନାଥଙ୍କ ସହିତ କଥୋପକଥନ,

କାଳିଆ ଦେଲେ ଦଶମୀକୁ ବାହୁଡ଼ାବିଜେର ଆଶ୍ୱାସନ


ହରିପ୍ରିୟା କରିଲେ ଶ୍ରୀଗୁଣ୍ଡୀଚାଙ୍କ ଘରେ ଅଭିମାନ,

ଚରମସୀମା ପହଞ୍ଚିଲା କମଳାଙ୍କ କୋପର କମ୍ପନ,

ରୁଷିକିରି କରିଲେ ନନ୍ଦିଘୋଷ ରଥ କାଠର ଭଞ୍ଜନ,

ଅବ୍ୟ ହେରାଗୌରୀ ସାହି ମାର୍ଗରେ କରନ୍ତି ବହନ


ଲକ୍ଷ୍ମୀ ନାରାୟଣଙ୍କର କଳହ ହୁଏ ଲୋକଲୋଚନ,

ଅସୀମ ଯେ ହେରାପଞ୍ଚମୀର ଉତ୍ସବର ବ୍ୟାଖ୍ୟାନ,

ମହାରାଜା କପିଳେନ୍ଦ୍ରଦେବଙ୍କର ଯାହା ଉପସ୍ଥାପନ,

ଜଗାଙ୍କର ରଥଯାତ୍ରାରେ ଯାହା ଏକ ପ୍ରଧାନ ବିଧାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action