STORYMIRROR

କଳ୍ପନା ରାୟ

Abstract Tragedy Action

4  

କଳ୍ପନା ରାୟ

Abstract Tragedy Action

ବର୍ଷା

ବର୍ଷା

1 min
212

ବର୍ଷା

ଖାଲି ଛମ୍ ଛମ୍ ନାଚୁଥିବା ଲାସ୍ୟମୟୀ ଵାରିଧାରା ନୁହେଁ

କିମ୍ବା କେଉଁ ଖିଆଲି ପ୍ରେମୀର ଅଭିସାରିକା ନୁହେଁ

ଅବୋଧ ଶିଶୁର ଡଙ୍ଗା ପାଇଁ ଜଳଧାରା ନୁହେଁ

ମାଟିଶିକ୍ତା ଖାଦ୍ୟଦାତ୍ରୀ ମାଆଟିଏ


ବର୍ଷା

ଚାତକର ଆକାଂକ୍ଷୀତ ଈପ୍ ହିତ ଇଛା

ଚାଷୀ ମନର ସାହସର କଳ୍ପିତ ଭରସା

ପ୍ରେମ ଫଲ୍ଗୁ ର ଅଭିନଵ ନୂତନ ଆଶା

ପୃଥିବୀମାତାର ସବୁଜ ଶାଢ଼ୀର ଚଉତିଶା


ବର୍ଷା

କେତେବେଳେ ମୁଁ କଣାଚାଳରେ ଗଳୁଥିଵା ଲୁହ

ଦୁଃଖ ଦଂଶନର ଅନାହୁତ କ୍ଷତବିକ୍ଷତ ଚିହ୍ନ

ଅତିଶୟୋକ୍ତି ତୋର ଵୋହିନିଏ ଧନଜୀବନ 

ଭାଙ୍ଗିଦେଇ ରାସ୍ତାଘାଟ ବାଧ୍ୟ କରେ ଏକାକୀ ପ୍ରାଣ


ବର୍ଷା

ତୋର ମହାର୍ଘ ଅବଦାନ ଜଳ ହିଁ ଜୀବନ

ତୋ ଜଳଵିନା ସୃଷ୍ଟି ସ୍ଥିତି ଅସମ୍ଭବ ଜାଣ

ସ୍ରଷ୍ଟାଙ୍କ ସୃଷ୍ଟିର ଏକ ଅମୂଲ୍ୟ ଉପାଦାନ

ତୋର ଉପସ୍ଥିତି ଯୋଗୁଁ ଜୀବିତ ସବୁ ପ୍ରାଣ


ବର୍ଷା

ପରିବେଶ ପ୍ରକୃତିର ତୁ ସ୍ନେହମୟୀ ମୂର୍ତ୍ତି

ତୋତେ ଦେଖି ପ୍ରାଣେ ଭରେ ଅମୂଲ୍ୟ ଶକ୍ତି

ତୋ ଜଳପାଇଁ ସିନା ଗଙ୍ଗା ଗୋଦାବରୀ

କଵି ଲେଖକଙ୍କ ତୁ ଅମର ଲେଖନୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Abstract