ପ୍ରକୃତିର ଅଗ୍ରାଧିକାର
ପ୍ରକୃତିର ଅଗ୍ରାଧିକାର


ମନୁଷ୍ୟର ସୃଜନର ରୂପ ହେଲେ ନାନାପ୍ରକାର,
ସ୍ୱୟଂକୁ ଅନୁଭୂତ କରିଲା ସର୍ବଶ୍ରେଷ୍ଠ କଳାକାର,
ଅଗ୍ରଗତି କରିଲା ଦିନକୁଦିନ ଯାହାର ଅହଙ୍କାର,
ବିଭିନ୍ନ ବନ୍ୟ ପ୍ରାଣୀଙ୍କ ପ୍ରତି କରିଲା ଅତ୍ୟାଚାର |୧|
ଅନବରତ କରି ଚାଲିଲା ନୂତନ ଉଦ୍ଭାବନ ଆବିଷ୍କାର,
ନିସର୍ଗର ମହାର୍ହ ଉପକାରର କରିଲାନି ପ୍ରତ୍ୟୁପକାର,
ବିଜ୍ଞାନର ବ୍ୟବହାର ଦ୍ୱାରା ସର୍ଜନା କରିଲା ଚମତ୍କାର,
ଉତ୍ପୀଡ଼ିତ ପ୍ରଦୂଷିତ ପର୍ଯ୍ୟାବରଣର ଶୁଣିଲାନି ଚିତ୍କାର |୨|
ସମଗ୍ର ସଂସାଧନ ହେଲେ ବେକାର,
ସଙ୍କ୍ରାମକ ମଡ଼କର ହେଲା ବିସ୍ତାର,
ନିଜ ବୁଦ୍ଧିହୀନତାର ହେଲା ଶିକାର,
ନିଜେ ଭାବିଲା ମହିର ଚାରୁ ଚିତ୍ରକାର |୩|
ବସୁଧାରେ ବ୍ୟାପକ ହେଲା ହାହାକାର,
ପୃଥିବୀ ପ୍ରତ୍ୟୁତ୍ତରରେ ଦେଲେ ହୁଙ୍କାର,
ମାନବର ଆକ୍ରମଣ ଶକ୍ତି ହେଲା ବିକାର,
ପ୍ରକୃତି ଜ୍ଞାତ କରାଇଲା ନିଜ ଅଗ୍ରାଧିକାର |୪|