STORYMIRROR

Gangotri Priyadarshini

Abstract Action Inspirational

4  

Gangotri Priyadarshini

Abstract Action Inspirational

ମାେ ପ୍ରାର୍ଥନା ର ପରିଭାଷା

ମାେ ପ୍ରାର୍ଥନା ର ପରିଭାଷା

1 min
242

ହେ ଈଶ୍ୱର

ମାେ ପ୍ରାର୍ଥନା ହେଉ

ମାେ ଆରାଧନା

ମାେ ଆତ୍ମାର ନୈବେଦ୍ୟ

ମୋ ପ୍ରତ୍ୟେକ ମୁହୁର୍ତ୍ତ

ତବ ସାନ୍ନିଧ୍ୟ ରେ କଲି ଉତ୍ସର୍ଗ


ହେ ଈଶ୍ୱର

ତୁମ ସଚରାଚର ବ୍ରହ୍ମାଣ୍ଡ

ଦୁବ ମହାଦ୍ରୁମ

ସମ୍ଭବ ଅସମ୍ଭବ

ଅାସ୍ତିକ ନାସ୍ତିକ

ଇଚ୍ଛା ଅନିଚ୍ଛା

ମୋର ସମଗ୍ର ସତ୍ତା

ତୁମ ପାଖେ ସମର୍ପିତ


ହେ ଈଶ୍ୱର

ମାେ ଅଖଣ୍ଡ ବିଶ୍ୱାସ

ମୋର ମୁଁ ର ଅହଂ

ମାେ ପ୍ରତିଟି ପଲକ

ମାେ ହୃତ୍ ସ୍ପନ୍ଦନ

ମାେ ଭାଵନା ର ବ୍ୟାପ୍ତ ପରିଧି

ତୁମ ପାଖେ ବନ୍ଧନ ଯୁକ୍ତ


ହେ ଈଶ୍ୱର

ମାେ ପାପ ପବିତ୍ରତା

ମାେ ମଣିଷ ତ୍ୱ

ମାେ ହିଂସା କ୍ରୋଧ

ମାେ ପଶୁତ୍ୱ ର ଖୋଳପା

ତୁମ ଯଜ୍ଞ କୁଣ୍ଡରେ ନିକ୍ଷେପିଲି


ହେ ଈଶ୍ୱର

ତୁମେ ଏକ ଆଉ ଅଦ୍ୱିତୀୟ

ତୁମେ ମୋ ସ୍ବାର୍ଥ ସର୍ବସ୍ବ

ତୁମେ ମୋ ପରମ ତୃପ୍ତି

ତୁମେ ହିଁ ମାେ ଭିତରେ

ଚେତନା ର ଉତ୍ସ

ମୋର ଶତ ଶତ ପ୍ରଣିପାତ


ହେ ଈଶ୍ୱର

ମୁଁ ନଶ୍ୱର

ଉପେକ୍ଷିତ ଅନାବୃତ

ନିସଙ୍କୋଚ

ଅନଭିଜ୍ଞ

ଶବ୍ଦ ବନ୍ଧନୀ ର କ୍ରୀତଦାସ

ମାେ ଅବଚେତନ ସ୍ନାୟୁ ତନ୍ତ୍ରୀ

ଶରୀର ରୂପୀ ପ୍ରାଣପକ୍ଷୀ

ପୂର୍ଣ୍ଣ ପ୍ରାଣରେ ନିମ୍ମଜୀତ ଭୃତ୍ୟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract