STORYMIRROR

ବି. ନିରୁପମା

Inspirational

4  

ବି. ନିରୁପମା

Inspirational

କରେ ସେ ଅମୃତ ଦାନ

କରେ ସେ ଅମୃତ ଦାନ

1 min
249

ଧର୍ମର ପଥେ ଚାଲିବାକୁ ହେଲେ 

ଭୋଗିବାକୁ ପଡ଼େ କ୍ଳେଶ,

ଜାଣି ବି ତା' ଗୁରୁ-ସମାଜ କଲ୍ୟାଣେ 

ଲାଗିଥାଏ ଅହର୍ନିଶ ।


ନିଜ ସୁଖ,ଶିରୀ ଭୁଲିଯାଇ ସିଏ

ବିଶ୍ୱର ମନାସେ ହିତ,

ବିଭୁ ଚିନ୍ତନ ଓ ସତ୍କାର୍ଯ୍ୟ କରିକି

ପ୍ରସନ୍ନ ରଖଇ ଚିତ୍ତ ।


ଶୋଷି ହଳାହଳ,ଏଇ ଦୁନିଆକୁ

କରେ ସେ ଅମୃତ ଦାନ,

ପ୍ରତିକୂଳ ପରିବେଶରେ ବି ସାଧୁ

ରକ୍ଷା କରେ ନିଜ ଧର୍ମ ।


ସାରା ବସୁଧାକୁ କୁଟୁମ୍ବ ଭାବେ ସେ

ହୃଦେ ଥାଏ ଦୟା-କ୍ଷମା,

ପ୍ରତିହିଂସା ପରାୟଣ ହୋଇ କେବେ

ଅଧର୍ମ କରେନା ଜମା ।


ଅଜ୍ଞାନ ଅନ୍ଧାର ଦୂର କରି ସେ ତ

ଜ୍ଞାନର ଆଲୋକ ଜାଳେ,

ମରତପୁରଟି ସ୍ୱର୍ଗେ ପରିଣତ

ହୁଏ ସେହି ଶକ୍ତି ବଳେ ।


ଆଜି ସେ ସମୟ ଆସିଅଛି ପୁଣି

ଜାଗିଉଠ ବିଶ୍ୱବାସୀ,

ବୃଥା ଦମ୍ଭ ଆଉ ବିଦ୍ୱେଷ ଭାବକୁ

ଅଚିରେ ପକାଅ ନାଶି,


ସମାଜର ମାର୍ଗଦର୍ଶକ ଯେ ଅଟେ

ସେ ସନ୍ଥକୁ କର ଭକ୍ତି,

ତା' ହେଲେ ସକଳ ବିପଦ ତୁଟିବ

ମିଳିବ ନିଶ୍ଚିତ ମୁକ୍ତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational