Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Romance Action

3  

Satyanarayan Sahoo

Abstract Romance Action

ବର୍ଷା ମଉଜ

ବର୍ଷା ମଉଜ

1 min
165


ଭିଜା ଭିଜା ବର୍ଷା ଲାଗେ ଅପାର ଆନନ୍ଦ

 ଲହରୀ ପ୍ରବାହ ଜାରି ରଖି ମନ୍ଦ ମନ୍ଦ ।


ଝିପି ଝିପି ବର୍ଷା ଜଳ ବୃଷ୍ଟି କରି ମେଘ

ମେଘ ମେଦୁର ଆକାଶ ଦିଶଇ କି ରଙ୍ଗ ।


ବିଜୁଳି ଚମକି ରହି ରହି ଡାକେ ଅସନୀ

କଦମ୍ବ କୁସୁମ ଗନ୍ଧେ ମହକେ ଅବନୀ ।


ଦର୍ଧୁର ରବ ନିରତ ଶୁଭେ ଘନ ଘନ

ବନଭୂମି ରେ ରାଜିତ ପଲ୍ଲବ ପ୍ରସୁନ ।


ଆବାଳ ବୃଦ୍ଧ ବନିତା ମଉଜେ ଉତ୍ଫୁଲ

ଜଳ ଜମି ସ୍ଥାନ ମାନ ଦିଶେ ସମତୁଲ ।


ଭସାନ୍ତି ଶିଶୁ ଏ ଡଙ୍ଗା କାଗଜରେ କରି

ଭିଜା ଭିଜା ବର୍ଷା ଲାଗେ ଅପୂର୍ବ ମାଧୁରୀ ।


ରିମି ଝିମି ଧ୍ଵନି ସଙ୍ଗିତ ଲହରୀ ସୃଜୀ

ଝପ ଝାପ ବର୍ଷା ଧାରା ପ।ତେ ଜନେ ଭିଜି ।


ବାହାରେ ବାହାରି ଗଲେ ଧରି ଥାଉ ଛତା

ଭିଜା ଭିଜା ବର୍ଷା ଲାଗେ ଅପୂର୍ବ ମିଷ୍ଟତା ।



Rate this content
Log in

Similar oriya poem from Abstract