STORYMIRROR

କଳ୍ପନା ରାୟ

Action

4  

କଳ୍ପନା ରାୟ

Action

ଅଭିନୟ

ଅଭିନୟ

1 min
186


ଧରଣୀଠୁ ଆକାଶ ସୃଷ୍ଟି କର୍ତ୍ତାଙ୍କ ସୃଷ୍ଟି

ଶ୍ରେଷ୍ଠ ସୃଷ୍ଟି ପା ମଣିଷ

ଜନ୍ମ ଠୁ ମରଣ ଅଭିନୟ କରି

ଲେଖିଯାଏ ସିଏ ଯଶ


ଗୋଟେ ଲୋକ ଏକାଥରେ ଅଭିନୟ କରେ

ବାପା, ପୁଅ, ଭାଇ ପୁଣି ପଡୋଶୀ ହୋଇ

ଅଭିନୟ ମଞ୍ଚ ତାର ଏ ସଂସାରେ

କିଏ ଆସେ ସୁଖ ପୁଣି କିଏ ଦୁଃଖ ହୋଇ


ସୁନାପୁଅ ହୋଇ ରଖିଯାଏ ଯଶ

କିଏ ପ୍ରେମୀ ହୋଇ ପ୍ରତାରଣା

ଅଗାଧ ପାଣ୍ଡିତ୍ୟ ଥାଇ ହୁଏ ମୂର୍ଖ

ତା ନାମେ ବାଜେ ଗାଉଣା


ଲୋକଙ୍କୁ ଦେଖାଇ ହୁଏ ଭଲ ବୋହୂ

ଶାଶୂଙ୍କ ନିଏନି ଯତ୍ନ

ପଲଙ୍କ ଉପରେ ବସି ଖାଉ ଖାଉ

ବୋଲାଏ ସେ ଅଷ୍ଟମୀ କନ୍ୟାରତ୍ନ


ସଂସାର ନାଆରେ ଭଲ ଅଭିନୟ

କରି ପାରିଲେ ସମ୍ପର୍କ ଆହୁଲାରେ

ଅଭିନେତା ହୋଇ ପାଏ ନାମ ଯଶ

ଲୋକେ ମନେ ରଖନ୍ତି ଯୁଗ ଯୁଗରେ


ଅଭିନୟ ଯେତେ କଡ଼ା ହୁଏ

ସେତେ ସେ ସାଉଁଟେ ଯଶ

ଗାନ୍ଧୀ ଗୋପବନ୍ଧୁ ସୁରେନ୍ଦ୍ର ସାଏ

ଭୂଲି କି ପାରିବ ଦେଶ


ମଞ୍ଚରେ ଅଭିନୟ ଯିଏ କରିଥାଏ

ସେ କିଛି ସମୟ ପାଇଁ

ସଂସାର ମଞ୍ଚରେ ଅଭିନୟ ଚାଲେ

ଜନ୍ମ ଠୁ ମରଣ ଭାଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Action