STORYMIRROR

Niranjan Sahu

Action Inspirational

4  

Niranjan Sahu

Action Inspirational

ଆସ ଗଛଟିଏ ଲଗେଇବା

ଆସ ଗଛଟିଏ ଲଗେଇବା

1 min
31


ଆସ ଗଛଟିଏ ଲଗେଇବା        

ଦେଶରୁ ବିପତି ହଟେଇବା

ଗଛ ହିଁ ଜୀବନ ଗଛ ହିଁ ପରାଣ

     ଏହି ବାର୍ତ୍ତା ଆମେ ବାଣ୍ଟି ଦେବା,,,,


ଅମ୍ଳଜାନ ଗଛ ଦେଇଥାଏ

ଫୁଲ ଫଳ ସବୁ ଥୋଇଥାଏ

ଛାଇ ଦେଇଥାଏ ସାଥି ହୋଇଥାଏ

         ସର୍ବଦା ହିତ ପାଞ୍ଚିଥାଏ,,,,,


ଔଷଧ କେତେ ରଖିଅଛି

ମାନବ କଲ୍ୟାଣ କରିଅଛି

ଡାଳ ଫଳ ମୂଳ ସବୁ ଦାନ ଦେଇ

       ଦେବତା ଆମର ହୋଇଅଛି,,,,,


ଗଛହିଁ ଆମର ସବୁକିଛି

ଗଛ ବିନା ଆମେ ନୁହଁ କିଛି

ଗଛ ବଞ୍ଚିଲେ ହିଁ ଆମେ ବଞ୍ଚିବା

     ଗୀତା ଭାଗବତ କହିଅଛି..........


ଗଛ ଆମର ରାହାଟିଏ

ଗଛ ଆମର ଶାହା ଟିଏ

ଗଛ ଓ ମଣିଷ ଯୁଗ ଯୁଗ ପାଇଁ

      ଉଭୟେ ଉଭୟ ବନ୍ଧୁଟିଏ.........


ବନ୍ଧୁତ୍ୱର ମାନ ରଖିଦେବା

ଗଛଟିଏ ଆମେ ଲଗେଇବା

ଗଛର ଆମେ ପ୍ରିୟ ବନ୍ଧୁ ବୋଲି

     ସାରା ବିଶ୍ୱକୁ ଜଣେଇବା......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action