STORYMIRROR

pranati Mahapatra

Action Inspirational

4  

pranati Mahapatra

Action Inspirational

ଦୁର୍ଲ୍ଲଭ ନୁହଁଇ

ଦୁର୍ଲ୍ଲଭ ନୁହଁଇ

1 min
251

   (ଛନ୍ଦହୀନ ଜୀବନ)


ନିଃସହାୟ, ନିଃସଙ୍ଗ ଓ ନିରୁପାୟ

    ଅଟେ ବଡ଼ କଷ୍ଟଦାୟକ,

ନଥାଏ ଯଦିଚ ସହାୟ ଓ ସଙ୍ଗ

    ଉପାୟର ଉତ୍ପାଦକ।

ଶ୍ରେଷ୍ଠ ଜୀବ ଏହି ଧରାରେ ମାନବ

   ଛନ୍ଦା ବନ୍ଧା ତା ଜୀବନ,

ସୁଖ ଖୁସି ଆନନ୍ଦରେ ମଗ୍ନ ଥାଏ

   ନିରଳସ ଛନ୍ଦହୀନ ଜୀବନ।

ଶୈଶବରେ ପିତା ମାତା ଭାତୃ ଭଗ୍ନୀ

     ବାତ୍ସଲ୍ୟ ପ୍ରୀତିରେ ଛନ୍ଦା,

କୈଶୋରରେ ବାଲ୍ୟ ସାଙ୍ଗ ସାଥି ସହ

     ସମ୍ପର୍କ ରଜ୍ଜୁରେ ବନ୍ଧା।

ଯୌବନରେ ପ୍ରେମଡୋରେ ବାନ୍ଧିରଖି

    ଗଢେ ବୈକୁଣ୍ଠ ଧାମ,

ବାର୍ଦ୍ଧକ୍ୟ ସମୟେ ବିଭୁନାମେ ମଜ୍ଜି

   ନେଉଥାଏ ସତନାମ।

ନାନାରସ ନାନାକର୍ମେ ଛନ୍ଦିହୋଇ

     ଆତ୍ମାକୁ ଶାନ୍ତି ମିଳଇ,

ଛନ୍ଦହୀନ ଏହି ମାନବ ଜୀବନ

    କେବେ ଦୁର୍ଲ୍ଲଭ ନୁହଁଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action