ସୁନାବେଶ
ସୁନାବେଶ
ନାକଚଣା ଦ୍ୱାରରୁ ସିଂହଦ୍ୱାର ପ୍ରତ୍ୟାବର୍ତ୍ତନ କରନ୍ତି ଜଗଦୀଶ,
ପର ଦିନେ ଅକ୍ଷୟ ନନ୍ଦିଘୋଷରେ କରାନ୍ତି ନିଜର ସୁନାବେଶ,
କଳା ଆରାଧ୍ୟଙ୍କ ହେତୁ ଆରାଧକ କରନ୍ତି ସମାଗମ ସମାବେଶ,
ଅତ୍ୟନ୍ତ ନୟନାନନ୍ଦକର ଯେ ଚକାନୟନଙ୍କର ଭୁବନାନନ୍ଦ ବେଶ |୧|
ପୂଜକ ବିଳାସିତ ହୁଅନ୍ତି ଦେଖି ରାଜାଧିରାଜଙ୍କର ସୁବର୍ଣ୍ଣ ପ୍ରକାଶ,
ଅସାମାନ୍ୟ ଅକାଟ୍ୟ ଯେ ପୁରୁଷୋତ୍ତମଙ୍କର ପ୍ରବଳ ପ୍ରେମପାଶ,
ଯିଏ ଉପାସକଙ୍କର ଆତ୍ମ ଶୁଦ୍ଧି ହେତୁ ଆରୋଗ୍ୟ ପ୍ରଦାୟକ ପ୍ରାଶ,
କାନ୍ତିପ୍ରଦ ଶ୍ରୀକାନ୍ତ ଶ୍ରୀମନ୍ତ ଶ୍ରୀଜଗନ୍ନାଥ ଦୂର କରନ୍ତି ମନର କ୍ଳେଶ |୨|