STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ତାରା (୨)

ତାରା (୨)

1 min
206


ବାରି, ବଗିଚା ରେ ଜହ୍ନିଫୁଲ ଫୁଟି 

ଦିଶୁଥାଏ ଜେହ୍ନେ ତୋରା

ସଞ୍ଜୁଆ ଆକାଶେ ତାରା ଫୁଲ ଫୁଟେ

ରୂପ ବଡ଼ ଅପାଶୋରା ।।


ଚିତ୍ର ବିଚିତ୍ର ର ବୈଚିତ୍ର ଚାନ୍ଦୁଆ

ଟାଣି ଦେଇ ଛନ୍ତି ବିହି

କେତେ କୁଟିକମ ହୀରକ ରତନ 

ଖଞ୍ଜା ହୋଇଛିକି ତହିଁ ।।


ସପ୍ତର୍ଷିମଣ୍ଡଳ ଧ୍ରୁବତାରା ଶୁକ୍ର 

ପାହାନ୍ତିଆ କୁଆଁ ତାରା

ଗ୍ରହାଣୁ ପୁଞ୍ଜିକା ଅରୁନ୍ଧତୀ ମାତା 

ସପ୍ତର୍ଷିମଣ୍ଡଳେ ତୋରା ।।


ମହା ଯାଗତିକ ଯୋଗରେ ଆକାଶେ 

ରାହୁ କେତୁ ଗ୍ରାସ କରେ

ଚନ୍ଦ୍ରଗ୍ରହଣ, ସୂର୍ଯ୍ୟ ପରାଗ 

ଘଟେ ଆକାଶ‌ ବକ୍ଷରେ ।।


ପଡେ ଲାଞ୍ଜା ତାରା ଧୂମକେତୁ ପରା 

ଅବେଳେ ହୁଅଇ ଉଦିତ

କୁହନ୍ତି ବିବୁଦ୍ଧେ ମାନବ ଦୁର୍ଦ୍ଦିନେ 

ଏହା ହୋଇଥାଏ ପ୍ରତିତ ।।


ତାରା ଫୁଲ ର ସେ ମନୋହର ରୂପ 

ରୁଷି ମନ ଯାଏ ଟଳି

ଅନିନ୍ଦ୍ୟ ସୁନ୍ଦର ରୁପ ମାଧୁରୀ ରେ  

ଉଭା ରଜନୀ ସୁନ୍ଦରୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics