Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Abstract Classics Inspirational

4.5  

Sambit Srikumar

Abstract Classics Inspirational

ତାଣ୍ଡବ

ତାଣ୍ଡବ

1 min
539


ହେ ମହାଦେବ ପ୍ରଭୁ ସଦାଶିବ

ପୁନର୍ବାର ତୁମ୍ଭେ ରଚ ହେ ତାଣ୍ଡବ

ରଚ ହେ ତାଣ୍ଡବ ବାରେ

ଆଜି କାନ୍ଦୁଛି ବିକଳେ

କଇଁ କଇଁ ହୋଇ ସସାଗରାଧରା

ଏଇ ମଣିଷର ପାପ ଭାରେ ।


ହେ ମହାରୁଦ୍ର ପ୍ରଭୁ ମହାକାଳ!

ଫେଡ଼ି ଦେଇ ତବ ତୃତୀୟ ନୟନ

କର ହେ ଅନଳ ବର୍ଷା

ସେଇ ଦାବାନଳରେ ଦୂରେଇ ଯାଉ

ସବୁ ନାରକୀୟ ହିଂସା ।


ହେ ନଟରାଜ ପ୍ରଭୁ ଭୋଳାଶଙ୍କର!

ରଚ ହେ ତାଣ୍ଡବ ବାରେ

ଡମ୍ବରୁ ବାଦ୍ୟରେ ଭୀତି ସଞ୍ଚାର

କର ହେ ପାପର ସଂହାର

ହରି ନିଅ ଧରଣୀର ଭାର ।


ହେ ତ୍ରିଭୁବନେଶ୍ବର ପ୍ରଭୁ ପଶୁପତି

ମୁଁହିଁ ମୂଢମତୀ କରଇ ବିନତି

ରଚ ହେ ତାଣ୍ଡବ ବାରେ

ତ୍ରିପୁର କମ୍ପିବ ତୁମ୍ଭରି ହୁଙ୍କାରେ

ଧର୍ମର ହୋଇବ ଜୟ ସଂସାରେ ।


ହେ ଶିବଶମ୍ଭୁ ପ୍ରଭୁ ଆଦିଦେବ

ଏହି ଅକିଞ୍ଚନ ଜନେ କୃପା ବହି

ତୁମ୍ଭରି ଚରଣେ ଦିଅ ହେ ଶରଣ

ଷଡରିପୁ ହରି ଭବୁ ପାରିକର

ଜୀବାତ୍ମା ମୋହର ହେଉ ଉଦ୍ଧାର ।


Rate this content
Log in

Similar oriya poem from Abstract