Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Abstract Others

3  

Rama chandra Pradhan

Abstract Others

ତାଳବଣର ମୋହ

ତାଳବଣର ମୋହ

1 min
158


ସେଦିନୁ ଭୁଲିନି ଗାଁ ମୁଣ୍ଡରେ ଥିବା 

    ସେ ତାଳବଣର ମୋହ 

କାହିଁକି କେଜାଣି ସେକଥା ଭାବିଲେ 

    ଶୀତେଇ ଉଠେ ମୋ ଦେହ l


ପ୍ରତି ମୁହୂର୍ତ୍ତରେ ଝୁରି ମୁଁ ହେଉଛି 

   ତା'କୁ ଏ ଆକାଶ ତଳେ 

ବିକ୍ଷିପ୍ତ ଚିନ୍ତନେ ଆନମନା ହୋଇ 

   ତା' ପାଇଁ ମୁଁ ସ୍ବପ୍ନ ତୋଳେ l


ହେଲେ ଭାଙ୍ଗିଯାଏ ସେ ସାଇତା ସ୍ବପ୍ନ 

    କାହାର ପାଦ ଶବ୍ଦରେ 

ରୋମାଂଚିତ ହୁଏ ଅଷ୍ଟାଙ୍ଗ ଶରୀର 

    କାହିଁ କେତେ ଭାବନାରେ l


ପୁଣି ଫେରିଆସେ ବାସ୍ତବତାକୁ ମୁଁ 

  ବୋଉର ନାଲି ଚାହାରେ 

ଆଉ ବେଳ ଦେଖି ପ୍ରକୃତିସ୍ଥ ହୁଏ 

   ପାଖ ଝରକା ଫାଙ୍କରେ l


ନିତ୍ୟକର୍ମ ସାରି ଗାଁ ମୁଣ୍ଡକୁ ଯାଏ 

   ବୁଲିବାକୁ ତାଳବଣେ 

ବେଶ୍ କିଛିକ୍ଷଣ ବିତାଇଲା ପରେ 

  ମନେପଡ଼େ କେହିଜଣେ l


Rate this content
Log in

Similar oriya poem from Abstract