STORYMIRROR

Sachidananda Kar

Inspirational

4  

Sachidananda Kar

Inspirational

ତାକୁ ହିଁ କହିବା ଘର

ତାକୁ ହିଁ କହିବା ଘର

1 min
535

ଘର ନୁହଁଇ ସେ ଚାରି କାନ୍ଥ ତା'ର

ଉପରେ ଗୋଟିଏ ଛାତ

ଅବା ନୁହେଁ ଯହିଁ ଖାଇବାକୁ ମିଳେ

ରୁଟି କ୍ଷୀର ଡାଲି ଭାତ ।।


ନୁହେଁ ଘର ଯହିଁ ଶୋଇବା ପାଇଁକି

ପଡିଛି ସୁନ୍ଦର ଖଟ

ଅବା ଯହିଁ ରହି ପୂଜା ପାଉଛନ୍ତି

ଦେବାଦେବୀଙ୍କର ଫଟ ।।


ନୁହେଁ ସେ'ତ ଘର ଥାଏ ଯହିଁ ଟିଭି

ଫ୍ରିଜ୍ ଆଲମାରୀ ଗାଡ଼ି

ଅବା ଯା'ପଛକୁ ଲାଗିଅଛି ଫୁଲ

ଫଳର ବଗିଚା ବାଡ଼ି ।।


ଘର ନୁହେଁ ତାହା କିଛି ଲୋକ ଯହିଁ

କରୁଥାନ୍ତି ବସବାସ

ବିତି ଯାଉଥାଏ ଦିନ ଆଉ ରାତି

ବିତୁଥାଏ ବର୍ଷ ମାସ ।।


ନୁହେଁ ସିଏ ଘର ଯେଉଁଠିକି ନିତି

ଅତିଥି ଆସନ୍ତି ବୁଲି

ଯେଉଁଠି ବି ଆମେ ଖେଳୁ ନାଚୁ କୁଦୁ

ଗୀତ ଗାଉ ଦୋଳି ଝୁଲି ।।


ଘର ସେ ନୁହଁଇ ଯେଉଁଠାରେ ଖାଲି

ରହୁଛୁ ଜୀବନ ଧରି

ପଢୁଛୁ ଗଡୁଛୁ ବସୁଛୁ ହସୁଛୁ

ଦେଖାଉଛୁ କାମ କରି ।।


ପରସ୍ପର ଯହିଁ ସେନେହ ମମତା

ରହିଥାଏ ନିରନ୍ତର

କିଛି ତହିଁ ଆଉ ନ ଥିଲେ ନ ଥାଉ

ତାକୁ ହିଁ କହିବା ଘର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational