STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ତା ସମାନ ସ୍ଥାନ

ତା ସମାନ ସ୍ଥାନ

1 min
136

ଜାହ୍ନବୀ ଯମୂନା ଯେଉଁ ଦେଶେ ବହେ

ଯେଉଁ ରାଇଜର ମାଟି କଥା କହେ

ନାରୀ ପୂଜାପାଏ ମାତା ରୁପେ ଯହିଁ

ବୈକୁଣ୍ଠ ସମାନ ମରତରେ ସେହି


ସେହି ଦେଶ ଅଟେ ଜନ୍ମସ୍ଥାନ ମୋର

ତା ସମାନ ଦେଶ କାହିଁ ଜଗତର

ଚତୁର୍ଦ୍ଧାମ ତା'ର ଧର୍ମ ରକ୍ଷାକାରୀ

ସେ ସ୍ଥାନର ପତି ଗୋଲକ ବିହାରୀ


ଶାନ୍ତି ପ୍ରେମ ଦୟା ସଦା ବିରାଜିତ

ତ୍ରିରଙ୍ଗା ଗାଉଛି ଜାତୀୟତା ଗୀତ

କେତେ ଜାତି ଧର୍ମ କରିଛି ଧାରଣ

ପାରାବାର ନିତି ଧୁଏ ତା ଚରଣ


ବିବିଧତା ମଧ୍ୟେ ଏକତାହିଁ ବଳ

ସ୍ଥାନ ନାହିଁ ଏଠି ଈର୍ଷା ଦ୍ୱେଷ ଛଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract