STORYMIRROR

Papu parida

Romance Tragedy Others

4  

Papu parida

Romance Tragedy Others

ତା ଆଖି

ତା ଆଖି

1 min
230

ତା ଆଖିରେ ମୋ ଆଖି ମିଶିଗଲେ ଥରେ 

ମନେ ଶିହରଣ ଜାଗି ଯାଉଛି

ହୃଦୟ ଜଙ୍ଗଲେ ସଙ୍ଗୀତର ତାନ 

କାହିଁ କେଉଁ କନ୍ଦରରୁ ବାଜୁଛି

ବଧେ ମୁଁ ତାକୁ ଭଲ ପାଉଛି

ବଧେ ମୁଁ ତାକୁ ଭଲ ପାଉଛି।


ପାଇବାର ଆଶା ଆକାଶର ଜହ୍ନ

ଯାହା ଅଛି ହାରିଯିବି ବୋଲି ଡରୁଛି

ନ କହି ପାରି ମନର କଥାକୁ

ଅନ୍ତ ବେଦନାରେ ମରୁଛି

କେମିତି ଜାଣିବି ତା ମନ କଥା

ମୁଁ ଏକତରଫା ପ୍ରେମ କରୁଛି।

ମୁଁ ଏକତରଫା ପ୍ରେମ କରୁଛି।


ମୋ ପ୍ରେମ ବହିର କିଛି ଶ୍ରେଷ ପୃଷ୍ଠା

ଆଲେଖା ହିଁ ରହିଗଲା

ମନ ହିମାଳୟୁ ଯେତେକ ବରଫ

ଲୁହ ହୋଇ ବହିଗଲା

ପ୍ରେମିକା ମୋହର ଯେଉଁଦିନ ଠାରୁ

ବିରହିଣୀ ସାଜିଗଲା

ବିରହିଣୀ ସାଜିଗଲା।


ଜୀବନ ନଈରେ ସମୟର ସ୍ରୋତ

କେତେ ଦୂର ଯେ ଆଣିଲା ଟାଣି

ସ୍ମୃତିକଳାପଟାରେ ରଖିଛ ନା ପ୍ରତିଛବି

ତୁମେ ବି ପୋଛି ଦେଲଣି।

କାହିଁ ଆସୁନାହିଁ ଆଉ ସ୍ମୃତିକାଶ ଏବେ

ବଧେ ତୁମେ ବି ଭୁଲିଗଲଣି।

ବଧେ ତୁମେ ବି ଭୁଲିଗଲଣି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance