STORYMIRROR

Abhakanta None

Abstract Others

3  

Abhakanta None

Abstract Others

ସ୍ଵୟଂକୁ ବିଚାରିନେବା

ସ୍ଵୟଂକୁ ବିଚାରିନେବା

1 min
14.3K


ଦୁନିଆକୁ ଦୁଃଖ ଦେଖାଅନା, ଦୁଃଖ ଦର୍ପଣ ଦେୟରେ ଦୁର୍ଦ୍ଦଶା ଦେବ

ସୁଖଶାନ୍ତି ସମ୍ପ୍ରସାରଣରେ ସତ୍ୟ ଶତ୍ରୁତାର ସୀମା ସମିତ ହେବ ।

ଏଣ୍ଠି ଏଡିବନି ଏଇ କଥାଟିକୁ ଏକାଗ୍ରେ ଏକାକୀ ଏଣିକି ଚିନ୍ତ

ତାରୁଣ୍ୟର ତୀବ୍ର ତର୍କ ତଡିଦିଅ ତଥ୍ୟର ତାତ୍ପର୍ଯ୍ୟ ତୋଳିବ ତତ୍ତ୍ବ

ଦୁଃଖ ଦୀନତାରେ ଦବି ଦୁନିଆରେ ଦେଖାବି ଦିଅଇ ଦିବ୍ୟ ଦିବସ

ଆଉଥରେ ଆତ୍ମା ଆଷ୍ପର୍ଦ୍ଧା ଆଙ୍କିବ ଆଶା ଅବିଚଳେ ରଖ ଅବଶ୍ୟ

ହୀରଣ୍ୟକଶିପୁ ହଟରେ ହାରିଲା ହଟ କରନାହିଁ ହାରାଶ ହେବ

ବିଚାର ବିହୀନେ ବଳେ ମୁଠାଇଲେ କେତେଦିନ ମୁଠି ବାଲି ବୋହିବ ?

ବସିରୁହେ ନାହିଁ ବୟସ ବିବଶେ ବାହୁଡାଇ ବିଶ୍ଵଧାରା ଆବୋରି

ବହପ ବରଣ ବଳ ବି ବାହୁଡେ ବାଟ ବିରଚନ୍ତି ବିଶ୍ଵବିହାରୀ

ଅନ୍ୟ ଅବିଗୁଣ ଅଣଦେଖା କର ଆତ୍ମିୟ ଅଣିମା ଆଗେ ଆସିବ

ଅନ୍ୟ ଅବିଗୁଣ ଆଲୋଚନା କଲେ ଅଜଣାତେ ଅହଂକାର ଗ୍ରାସିବ ।

ବିଶ୍ଵ ବିଚାରକୁ ବିବେଚନା କର ବଳିଷ୍ଠେ ବ୍ୟକ୍ତିତ୍ବ ବିକାଶ ହେବ

ବିଦାୟ ବେଳେ କେ' ବୋହିନେବ ନାହିଁ କଳେବଳେ ବଢାଇବା ବୈଭବ

ଜଗତେ ଜୀବନ ଜିଉଁ ବି ଜବରେ ଯାଉଁ ଯବନିକା ଯୁଟିବ ଦିନେ

କାହିଁକି କରିବା କଦର୍ଥନ କର୍ମ-କଳାପକୁ କୁହ କେଉଁ କାରଣେ ?

ଶ୍ରେଷ୍ଠ ଜୀବ ହୋଇ ଶ୍ରେଷ୍ଠତା ହରାଇ ସରମେ ସରିବ ଶେଷ ଜିଇଁବା

ବରଂ ଅନ୍ତର୍ମୁଖୀ ସିଂହାବଲୋକନେ ସ୍ଵୟଂକୁ ଉଚିତେ ବିଚାରିନେବା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract