STORYMIRROR

Bijoy Jena

Inspirational

3  

Bijoy Jena

Inspirational

ସୂର୍ଯ୍ୟୋଦୟ ପରେ

ସୂର୍ଯ୍ୟୋଦୟ ପରେ

1 min
160


ସୂର୍ଯ୍ୟୋଦୟ ପରେ ସୂର୍ଯ୍ୟାସ୍ତ ଆସଇ 

    ଅନ୍ଧାର ପରେ ଆଲୁଅ

ଦିନ ପରେ ରାତି ମାସ ପରେ ବର୍ଷ

    ମହାକାଳେ ଏକ ସୁଅ।


ପାହାଡି ଝରଣା ବହି ବହି ଯାଏ

    ମିଶିବାକୁ ପାରାବାରେ

ଜନମ ଯେଉଁଠି ମରଣ ସେଇଠି

    ଏହାକୁ ଏଡି ପାରେ।


ଜୀବନର ଗତି ମହନୀୟ ହୁଏ

     ଧର୍ମକୁ ସାରଥି କଲେ

ମଣିଷ ପଣିଆ ପ୍ରସ୍ପୁଟିତ ହୁଏ

     ନିଜକୁ ସମର୍ପି ଦେଲେ।


ସେହି ପ୍ରଭୁ ଠାରେ ସମର୍ପଣ କରି

     ନିତି ଗାଇବା ତା ନାମ 

ଚକାଡୋଳା ଆମ ଗୁହାରି ଶୁଣିବେ

     ଜୀବନ ତ ହେବ ଧନ୍ୟ।


ଦୁଃଖ ବୋଲି କିଛି ନାହି ଏ ସଂସାରେ

      ତାହାର ମହତ୍ତ୍ଵ ଅଛି

ସବୁ କିଛି ପରା ତାଙ୍କରି ଭିଆଣ

      ମାନି ନେବା ବାଛି ବାଛି।



Rate this content
Log in

Similar oriya poem from Inspirational