STORYMIRROR

Biswanath Nayak

Inspirational

4  

Biswanath Nayak

Inspirational

ସୂର୍ଯ୍ୟ ------

ସୂର୍ଯ୍ୟ ------

1 min
277


ସୂରୁଯ ଭିତରେ

କେତେ ଯେ ଜ୍ଵଳନ

ସେକଥା ଜାଣେ ସୂରୁଯ,

ତଥାପି ସକାଳୁ

ହସ ହସ ମୁହେଁ

ବୁଣେ ସୁନେଲି ମୁରୁଜ। 

ହସଇ ବନାନୀ

ହସେ ସ୍ରୋତସ୍ଵିନୀ

ଏ ସାରା ଦୁନିଆ ହସେ,

ଦୁର୍ବାଦଳ ଅଗ୍ରେ

ଶିଶିରର ବିନ୍ଦୁ

ମୁକୁତା ପରାୟ ଦିଶେ। 

ଏମାନଙ୍କ ଆଗେ

କହେନା ସୂରୁଜ

ନିଜ ଜ୍ଵଳନ ଯନ୍ତ୍ରଣା,

ଦୁଃଖ ଓ ଜ୍ଵଳନ

ବାଣ୍ଟିବା ପାଇଁଁକି

ସେ ନୁହେଁ ଜନମ ସିନା। 

ଏ ଦୁନିଆ ପାଇଁ

ଜଳିବା ପାଇଁତ

ହୋଇଛି ସିଏ ଜନମ,

ନିଜେ ଦୁଃଖ ସହି

ଖୁସି ବିତରିବା

ଅଟଇ ସୂରୁଯ କାମ। 

ମୂହୁର୍ତ୍ତେ ବିଶ୍ରାମ

ନାହିଁ ସେ ଜଳୁଛି

ସଂସାର ପାଇଁକି ସିନା,

ବିଶ୍ରାମ ପଛରେ

ଧାଉଁଛି ମଣିଷ

ଦେଖ ଏ କି ବିଡମ୍ବନା। 

ଯା ପାଇଁ ଧରାରେ

ବଞ୍ଚିଛି ମାନବ

ତାଠାରୁ ଶିଖୁନି କିଛି,

ଭୁଲିଯାଇ ହସ

ନିଜ ଦୁଃଖଭାର

ଅନ୍ୟ ଉପରେ ଲଦୁଛି। 

ନିନ୍ଦା ପ୍ରଶଂସାରେ

ବିଚଳିତ ହେବା

ନୁହେଁ ସୂରୁଜର ନୀତି,

ଅନବରତ ସେ

ସଂସାରର ହିତେ

କର୍ତ୍ତବ୍ୟ ପାଳନେ ବ୍ରତୀ। 

ଧାଉଁଛି ମଣିଷ

ପ୍ରଶଂସା ପଛରେ

ନ ସହେ ନିଜର ନିନ୍ଦା,

ବିଚଳିତ ହୁଏ

କର୍ତ୍ତବ୍ୟ ପଥରୁ

ପ୍ରଗତିରେ ଆସେ ବାଧା।

ଜାଣିଛି ସୂରୁଯ

ନିଜ କର୍ତ୍ତବ୍ୟରେ

କଲେ ଟିକେ ଅବହେଳା,

ନଥିବ ଏ ସୃଷ୍ଟି

ନଥିବ ସମାଜ

ବୁଡ଼ିଯିବ ନିଶ୍ଚେ ଭେଳା। 

ନିଜ କର୍ତ୍ତବ୍ୟରେ

ତୃଟି ପରିଣାମ

ଭାବେନା ଏହି ମଣିଷ,

କର୍ତ୍ତବ୍ୟରେ ତୃଟି

ରୋକେ ପ୍ରଗତିକୁ

ସମାଜକୁ କରେ ଧ୍ଵଂସ। 

ତେଣୁ ହେ ମଣିଷ!

ସୂରୁଯ ସଦୃଶ

ସମସ୍ତଙ୍କୁ ଖୁସି ଦିଅ,

ନିନ୍ଦା ପ୍ରଶଂସାରେ

ବିବ୍ରତ ନହୋଇ

କର୍ତ୍ତବ୍ୟରେ ବ୍ରତୀ ହୁଅ। 

ବିଶ୍ରାମ ପଛରେ

ନ ଧାଇଁ ମଣିଷ

କର୍ତ୍ତବ୍ୟ ପଛେ ଧାଇଁଲେ,

ସୂରୁଯ ପରାୟେ

ହେବ ତେଜିୟାନ

କୀରତି ଲଭିବ ଭଲେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational