STORYMIRROR

Sunanda Mohanty

Classics

3  

Sunanda Mohanty

Classics

ସୂର୍ଯ୍ୟ ଆରାଧନା

ସୂର୍ଯ୍ୟ ଆରାଧନା

1 min
235



ହେ ସୂର୍ଯ୍ୟ ହେ ଚ୍ଛାୟକାନ୍ତ 

ଶକ୍ତିପ୍ରଦ ହେ ନିସ୍ଵାର୍ଥ 

ଅଂଶୁମାରୀ ହେ ଆଦିତ୍ୟ 

ତୁମେ ଶିବ ତୁମେ ସତ୍ୟ 

ସୁନ୍ଦର ତୁମେ ଅନିତ୍ୟ 

ତୁମେ ପ୍ରଭୁ ପ୍ରାଣବନ୍ତ 

ଦେଖିପାରୁ ତ ଅନ୍ତତଃ 

ତୁମ ପାଇଁ ସୃଷ୍ଟି ଶାନ୍ତ 

ତୁମେ ହିଁ ମୁକ୍ତିପଥ 

ତୁମେ କଳୁଷ ନାଶ ଉନ୍ମୁକ୍ତ 

ତୁମେ ଦିବ୍ୟ ତୁମେ କାନ୍ତ 

ତୁମେ ପ୍ରଭୁ ନ୍ୟାୟଵନ୍ତ 

ପୂର୍ବ ଦିଗେ ଉଇଁ ନିତ୍ୟ 

ପୃଥିବୀରେ ହୁଅ ପ୍ରକାଶିତ 

ତୁମ ଆଲୋକେ ବିଦିତ 

ଏ ଧରା ଉଜ୍ଜ୍ୱଳ ଅତ୍ୟନ୍ତ 

ତୁମ ପାଇଁ ବାରି ଝରେ ସତ 

ପୃଥିବୀ ହୁଏ ପ୍ଲାବିତ 

ସବୁଜିମା ଧରଣୀ ଜୀବିତ 

କିଏ କହେ ଦେଖିନାହିଁ 

କିଏ କହେ ଛୁଇଁ ନାହିଁ 

ପ୍ରଭୁ ସେତ ଗୁପତ 

ପ୍ରଭୁ ତୁମେ ହିଁ ଆଦି ଅନ୍ତ 

ତୁମ ବିନା ପଦାର୍ଥ ଅତୃପ୍ତ 

ତୁମ ଦୃଷ୍ଟି ଅବିଶ୍ରାନ୍ତ 

ତୁମେ ଆଦ୍ୟ ତୁମେ ପ୍ରାନ୍ତ 

ଘେନା କର ପ୍ରଣିପାତ ମୋ ଶତତ l


Rate this content
Log in

Similar oriya poem from Classics