ସୂରୁଜ ଯେବେ ଆସଇ ଉଇଁ
ସୂରୁଜ ଯେବେ ଆସଇ ଉଇଁ
ସୂରୁଜ ଯେବେ ଆସଇ ଉଇଁ
ଅନ୍ଧାର ଯାଏ ହଟି,
ସୁନା ରଙ୍ଗର ଖରା ପଡଇ
ଫୁଲ ତ ଯାଏ ଫୁଟି ।
ଶାଗୁଆ ବିଲ,ବଣ,ପାହାଡ
ସପନ ଦେଖେ ଶୋଇ,
ପାହାନ୍ତି ତାରା ଦୂର ଆକାଶେ
ଅଳସେ ମାରେ ହାଇ ।
ସୁଲୁସୁଲିଆ ପବନ ବହେ
ଦେହକୁ ହିତକର,
ବଣ ରାଇଜୁ ଆସଇ ଭାସି
ଶବଦ ପକ୍ଷୀଙ୍କର ।
ହସଇ ଧରା ହସଇ ମାଟି
ହସେ ଝରଣା ନଈ,
ପରଜାପତି ତରକା ଅତି
ଉଡଇ ଗୀତ ଗାଇ ।
ଘଣ୍ଟ ଘଣ୍ଟାର ଆଳତି ଶୁଭେ
ମନେ ଭକତି ଭରେ,
ନାଉରୀ ଭାଇ ନାଆକୁ ଧରି
ଧୀରେ ଆହୁଲା ମାରେ ।
ଡାମରା କାଉ ରଡି ଛଡାଇ
ଚାଳ ଉପରେ ବସି,
ଉଠରେ ପିଲେ କରନା ମଠ
ଶେଯ ଛାଡରେ ହସି ।
କଅଁଳ ଖରା ଦେହକୁ ପରା
ଦିଏ ଶକତି କେତେ,
ପାଖରୁ ରୋଗ ଦୂରେଇ ଯାଏ
ମିଳଇ ସୁଖ ଯେତେ ।