STORYMIRROR

Debjani Sathua

Drama Tragedy Classics

4  

Debjani Sathua

Drama Tragedy Classics

ସୁତାରୁ କାନ୍ତା କାନ୍ତାରୁ ମାତା

ସୁତାରୁ କାନ୍ତା କାନ୍ତାରୁ ମାତା

1 min
373

ଅଜ୍ଞ ସଂସାରି 

     ଅଲି ଅଳି ଦୁହିତା ।


ବାଳିକା ସ୍ମୃତି ପାଶୋରି, 

    ପୁତ୍ର- ବଧୂ ନବାଗତା। 


କୋମଳ କଳିକା ପ୍ରସ୍ଫୁଟିତା 

   ନବଯୌବନା ପ୍ରେମ ବିଭୋରିତା ।


ପ୍ରୀତି ସାରଣୀ ସଂଞ୍ଚିତା ,

     ସୁନେଲି ସ୍ୱପ୍ନ ଅଙ୍କୁରିତା ।


ସମାଜେ ବଧୂ ଚିରାଚରିତତା,

     କର୍ତ୍ତବ୍ୟ ନୀତି ଅନୁଶାସିତା ।


ଧୂମ୍ରେ ବିଲିନ ସ୍ୱପ୍ନ ଗୁଚ୍ଛ ତା' 

     ସହଚର ସହଯୋଗ ବଞ୍ଚିତା ।


ସଂସାରେ ବାଧ୍ୟତା ମାତା ,

     ସ୍ୱସୃଷ୍ଟ ଜୀବନୀ ଯତ୍ନେ ନିମଜ୍ଜିତା ।


ସ୍ୱ୍ଆତ୍ମା କୋଟର ନିର୍ବାସିତା ,

       ଆଶା ଅଙ୍ଗାରେ ଶାୟୀତା ।


ଶକ୍ତି ଧାରିଣୀ ମା ' ଅଭିହିତା ,

        ଧର୍ଯ୍ୟା ସହିଷ୍ଣୁ କାନ୍ତା ।


 ସ୍ୱସ୍ଥିତି ପରିଚୟ  ବିିଲିପ୍ତା

       ସର୍ବଂସହା ଜାୟା ବିବେଚିତା ।


ବୁକଗହ୍ୱର ମମତା ସାନ୍ଧ୍ରତା, 

       ଜନ୍ମିତ ସନ୍ତତି ବିସରିତା ।


ପ୍ରୀତି ବନ୍ଧନ ସାଥୀ ଇଚ୍ଛୁକତା ,

        ଲଭିବା ଜାୟା ବକ୍ଷ ଉଷ୍ମତା ।


ସ୍ୱପ୍ନିଳ ଅଦୃଶ୍ୟ ଲୋତକ ତା' ,

         ସୁଚାଏ ବେଦନାର ଅବ୍ୟକ୍ତତା ।


ମଞ୍ଜୁଳ ସ୍ୱପ୍ନ ପ୍ରଣେତା ସୁତା,

         ପ୍ରସ୍ତରହୃଦ ପ୍ରତିମାରେ ପରିବର୍ତ୍ତିତା ।


ଦୃଶ୍ୟମାନ ସମାଜର ସ୍ଥାଣୁତା, 

        ବର୍ଣ୍ଣନାତୀତ ନାରୀ ଜନ୍ମ ମହନୀୟତା ।


Rate this content
Log in

Similar oriya poem from Drama