ସୁଷମ ଖାଦ୍ୟ
ସୁଷମ ଖାଦ୍ୟ
ସୁଷମ ଖାଦ୍ୟ ଦେହକୁ ହିତ
ନୀରୋଗ ରଖିଥାଏ
ନୀରୋଗ ଦେହ ସୁଖର ଘର
ଶାନ୍ତି ପ୍ରଦାନୀଥାଏ ।
ଖାଦ୍ୟ ଆମର ଛଅ ପ୍ରକାର
ଭାଗ ମାପେ ଖାଇଲେ
ସୁଷମ ଖାଦ୍ୟ ଖାଉଅଛନ୍ତି
ବୁଝିବା ଜାଣ ପିଲେ ।
କୃତ୍ରିମ ସାର ବିଷ ପ୍ରଭାବେ
ଏବେ ଆମର ଖାଦ୍ୟ
ବିଷାକ୍ତ ହେତୁ ଅସଂଖ୍ୟ ରୋଗ
ହେଲେ ବି ତାହା ସଦ୍ୟ ।
ଜାଣ ରେ ପିଲେ ଏ ଖାଦ୍ୟ ପାଇଁ
ଯଦି ସତର୍କ ହେବା
ଯେତେ କୃତିକ ସାର ରହିଛି
କ୍ଷେତେ ନ ପ୍ରୟୋଗିବା ।
ପ୍ରାକୃତିକର ଖତଗୁଡି଼କ
ନିଜେ ପ୍ରସ୍ତୁତ କରି
ପରିଶ୍ରମରେ ବିଲବାଡି଼କୁ
ଦେବା ଉଠିଆ କରି ।
ପୋକ ଦାଉରୁ ଗଛକୁ ରକ୍ଷା
ଔଷଧ ବ୍ୟବହାର
ଏହାକୁ କେବେ ଭାବିବା ନାହିଁ
ଉପାୟ ଏକ ମାତର ।
ଚଢେଇମାନେ ପୋକଙ୍କୁ ଖାଇ
କରି ଦିଅନ୍ତି ସଫା
ସେହିମାନଙ୍କୁ ଆହାର ଦେଇ
ବଢ଼ାଉଥିଲେ ଶୋଭା ।
କ୍ଷେତେ ଆମର ବଢ଼ିବ ଗଛ
ତା' ଫଳ ଆମେ ଖାଇ
ସହଖୁସିରେ କାଟିବା ଦିନ
ସୁଷମ ଖାଦ୍ୟ ପାଇ ।
