STORYMIRROR

Sadananda Sahoo

Classics

3  

Sadananda Sahoo

Classics

ସୁରମ୍ୟା ବିଶ୍ଵ ଭାରତୀ

ସୁରମ୍ୟା ବିଶ୍ଵ ଭାରତୀ

1 min
376

ସୁରମ୍ୟ ସୃଷ୍ଟିରେ ଭାରତୀ ମା'ହସେ 

    ଆହାକିତା ଶୋଭା ରାଜି

 ବିସ୍ତୃତ ତା'ବକ୍ଷ  ଚିତ୍ରରେ ଚିତ୍ରିତ 

     ବିଧାତା ଦେଇଛି ଖଞ୍ଜି


ସୁଦୀର୍ଘ ପ୍ରସ୍ତସ୍ଥ  ବିସ୍ଥାରିତ ଦେହ 

    ହିମାଳୟ  ମଥାମଣି

ସାଗର ସଙ୍ଗମା  ବୈଦେହୀ ସୁଷମା 

    ସାଜିଛୁ ବିଶ୍ଵରେ ରାଣୀ


ସମ୍ପଦା ବିଭବା ଧନ ଧାନ୍ଯେ ପୂର୍ଣ୍ଣା 

    ସୁଜଳା ସୁଫଳା ମାତା

ଅନ୍ନପୂର୍ଣ୍ଣା ବୋଲି  ଜଗତ ଜାଣିଛି 

    ବିମୋହିତ  ସୃଷ୍ଟିକର୍ତ୍ତା


ପ୍ରାକୃତିକ ଶୋଭା ବଡ଼ ମନ ଲୋଭା 

     କାଶ୍ମୀର ଭୂସର୍ଗ ଛବି

ସବୁଜିମା ଭାରା  ସୁଶୀତଳ ଧରା 

     ଆଚମ୍ବିତ  ବିଶ୍ଵଭବି 


କୋହିନୂର ହୀରା ଗଳା ରତ୍ନମାଳା 

     ବିଶ୍ଵରେ ବଦିତ ଆଜ  

ସ୍ଵର୍ଣ୍ଣ ରୌପ୍ୟ ମୁକ୍ତା ମାତା ଅଭିଷିକ୍ତା 

    ବର୍ଣ୍ଣାଳି  ଭାରତୀ ସଜ


ଗଙ୍ଗା ଗୋଦାବରୀ ବ୍ରହ୍ମପୁତ୍ର ସାଥୀ 

    ନର୍ମଦା ସିନ୍ଧୁ କାବେରୀ

ପବିତ୍ର ନୀରରେ ପ୍ରବାହିତ କୋଳେ 

     ମଙ୍ଗଳ  ବିଧାନକାରୀ  


ବିନ୍ଧ୍ୟ ହିମାଚଳ  ଯମୁନା ଚଞ୍ଚଳ  

   ଅପୁର୍ବ ସୌନ୍ଦର୍ଯ୍ୟ ଯୋଗ  

ପଞ୍ଜାବ ସମୃଦ୍ଧ  ଗୁଜୁରାଟ ବିତ୍ତ 

    ଭାବପ୍ରୀତି  ଅନୁରାଗ 


ମରାଠା ଦ୍ରାବିଡ  ସ୍ଵର୍ଣ୍ଣ ବିଭୂଷିତ 

    ବଙ୍ଗ ପ୍ରଦେଶ ଜ୍ୟୋତି  

ଉତ୍କଳ ସଂହିତା  ସଂପଦ ଗ୍ରହୀତା 

    ମାଆ ଭାରତୀର ପ୍ରୀତି


ବିଭିନ୍ନତା ମଧ୍ୟେ ଏକତାରେ ବାନ୍ଧେ 

     ଏଇତ ବୈଚିତ୍ର୍ୟମୟ 

କୋଟିପ୍ରଣିପାତ ତୋତେ ମାଆ ସତ 

    ହେ'ମାଆ ଭାରତୀ ଜୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics