STORYMIRROR

Pranati Jena

Inspirational

3  

Pranati Jena

Inspirational

ସୁରଭିତ ଲଗ୍ନେ

ସୁରଭିତ ଲଗ୍ନେ

1 min
149

ଆକର୍ଷେ ଆକର୍ଷି ମହାସୁଧାର୍ଣ୍ଣବ 

ନୈସର୍ଗିକ ଚିନ୍ମୟ ଚିନ୍ତନ 

ମୂର୍ଚ୍ଛନା ତୋଳଇ ହୃଦ ବୃନ୍ଦାବନ

ଅଭିଭୂତ ଆତ୍ମା ଚିରନ୍ତନ.....


ମଧୁମୟ ଧରା ମୃଦୁ ସମୀରଣେ

ଶୀତଳତା ସିଞ୍ଚେ ଶିହରଣେ 

ମାଧୁରିମା ସ୍ପର୍ଶେ ମଳୟ ଗୋପନେ

ପ୍ରୀତିଲଗ୍ନା ସୁରଭିତ ଲଗ୍ନେ.....


ମୁକ୍ତ ନୀଳିମାରେ ଆହ୍ଲାଦିନୀ ଶକ୍ତି

ପରିପ୍ଲୁତ ଭାବ ତରଙ୍ଗିଣୀ 

କଦମ୍ବ ମାଳତୀ ଲତା ବିହାରିଣୀ

ବିମୋହି ହୃଦକନ୍ଦ ମୋହିନୀ......


ହୃଦୟବୀଣାରେ ଓଁକାର ରାଗିଣୀ

ମନତୃଷ୍ଣା ରସେ ଅବଗାହି 

ମହାସୁଖଦାୟୀ ଧନୀ ରାଧାରାଣୀ

ଶ୍ୟାମପ୍ରୀତି ଆହ୍ଲାଦ ପ୍ରଦାୟୀ......


ବିରହେ ବିଧୁରା ବିଦଗ୍ଧ ଅସରା

ପ୍ରିୟପ୍ରାଣ ପ୍ରୀତି ସହଚରି 

ଝୁରିଛି ଯମୁନା ଗୋପୀ ଆନମନା

ମହା ପରୀକ୍ଷା ନାଵ ସନ୍ତରି......


ଶ୍ୟାମଳ ସନ୍ଧ୍ୟାରେ ଭରି କୃଷ୍ଣ ସ୍ଵରେ 

ରାଧେ ରାଧେ ବଂଶୀ ସୁରେ 

ମହାର୍ଘ୍ୟ ମୁହୂର୍ତ୍ତ ଆସେ କୁଞ୍ଜତୀରେ

ରାଧେ ଗୋ... ଝୁରେ ବି ଅଧୀରରେ......


ପ୍ରେମରେ ସାଧନା କେତେ ଯେ ଯାତନା

ସମାହିତ ଆତ୍ମା ସ୍ପନ୍ଦନରେ 

ବିଶ୍ୱାସର ମହାଭାବ ଉର୍ମି ସିନା

ଅନୁରାଗ ରଚେ ଚେତନାରେ......


ମହାଭବାର୍ଣ୍ଣବ ସମାହିତ ଧାରେ

ଶୂନ୍ୟରୁ ପୂର୍ଣ୍ଣତା ଆସ୍ୱାଦନେ 

ମହାଭାବେ ଧନୀ ଅମୃତ ଲଗ୍ନରେ

ରାଧାରାଣୀ ପ୍ରକୁତି ବିତାନେ......


ବିଷୟାର ରସ ବିଷରୁ ବିଷମ

ଅଚଳା ଭାବଫଳେ ସୁଗମ 

ମୋହପଙ୍କ ତ୍ୟାଗ ଅନୁଗ୍ରହ ସମ

ଧ୍ୟାନ ପ୍ରଣତିର ରାଧାଶ୍ୟାମ.....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational